ପ୍ରଭାତ ପୁଷ୍ପ – ପ୍ରମୋଦ କୁମାର ମହାନ୍ତି

ଲେଖକ ପରିଚୟ

ପ୍ରମୋଦ କୁମାର ମହାନ୍ତି
କଟକ, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଜୀବନ କ୍ଷଣ ଭଙ୍ଗୁର, ଅନିଶ୍ଚିତ
ଆନନ୍ଦେ କାଟ ତା’ର ପ୍ରତି ମୁହୂର୍ତ୍ତ
ସ୍ନେହ ପ୍ରେମ ଦୁର୍ଲ୍ଲଭ, ଖୋଲ ହୃଦୟ
କ୍ରୋଧ ଉପରେ ପାଅ ସଦା ବିଜୟ ll

ଭୟର ସର୍ବଦା ହୁଅ ସମ୍ମୁଖୀନ
ମିଠା ସ୍ମୃତିକୁ କର ନଖ ଦର୍ପଣ
ଆତ୍ମବିଶ୍ୱାସ ହିଁ ଦୃଢ଼ ମନୋବଳ
ତାକୁ ସାଥୀ କରି ପାଅ ଲକ୍ଷ୍ୟସ୍ଥଳ ll

ଯିଏ ରଖିପାରେ ଧୈର୍ଯ୍ୟ ଅବ୍ୟାହତ
ଫଳ ମିଳେ ତାକୁ ସତତ ନିଶ୍ଚିତ
ହୋଇପାରେ ପ୍ରାପ୍ତି ସମ୍ୟକ ବିଳମ୍ବ
ତଥାପି ଦିଏ ସେ ଜୀବନେ ଗୌରବ ll

ଯେବେ ଉଦ୍ୟମ ନିଷ୍ଠା ଏବଂ ପ୍ରଚେଷ୍ଟା
ଏକଜୁଟ ହୋଇ ପାଆନ୍ତି ପ୍ରତିଷ୍ଠା
ସେଠି ଭାଗ୍ୟ ବି ହୁଏ ନତ ମସ୍ତକ
ପୌରୁଷ ଲୋଡେନାହିଁ ଜନ୍ମ ଜାତକ ll

ମନ୍ଦିରର ଘଣ୍ଟି, ଆରତୀର ଥାଳି
ଗୋଧୂଳି ଲଗ୍ନରେ ପକ୍ଷୀଙ୍କ କାକଳୀ
ଅଦିନିଆ ବର୍ଷା ଇନ୍ଦ୍ରଧନୁ ରଙ୍ଗ
ଅମାନିଆଁ ଜହ୍ନରାତିର ଆବେଗ ll

ଦୂର ଚକ୍ରବାଳେ ସୂର୍ଯ୍ୟ ଉଠେ ଉଇଁ
ହସିଉଠେ ପଦ୍ମ, କାନ୍ଦୁଥାଏ କଇଁ
ହସ-କାନ୍ଦ ମଧ୍ୟେ ‘ଭାବ’ ଚିରସ୍ଥାୟୀ
ପ୍ରଭାତ ପୁଷ୍ପ ସେ, କେତେ ପ୍ରାଣଦାୟୀ! ll


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ