ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ – ବିଶ୍ଵବିଜୟୀ ଦାଶ

ଲେଖକ ପରିଚୟ

ବିଶ୍ଵବିଜୟୀ ଦାଶ
ଗମ୍ଭାରିମୁଣ୍ଡା, ବାଣପୁର, ଖୋର୍ଦ୍ଧା | ସଦ୍ୟ ପୋଷ୍ଟ

Read More

ପ୍ରତିବର୍ଷ ଡିସେମ୍ବର ୩ ତାରିଖ ଆଜିର ଦିନରେ ବିଶ୍ୱବ୍ୟାପୀ ଉତ୍ସାହ ଓ ଉଦ୍ଦୀପନାର ସହ ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ’ ପାଳନ କରାଯାଉଛି । ଜାତିସଂଘ ଆନୁକୂଲ୍ୟରେ ୧୯୯୨ ମସିହା ଡିସେମ୍ବର ୩ ତାରିଖକୁ ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ’ ଭାବରେ ପାଳନ କରାଯାଉଛି । ଭିନ୍ନକ୍ଷମ ତଥା ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସମ୍ମାନ, ସମର୍ଥନ ଦେବା ଓ ସ୍ୱାବଲମ୍ବୀ କରିବା ସହ ସେମାନଙ୍କୁ ସମାଜ ର ମୁଖ୍ୟ ସ୍ରୋତରେ ସାମିଲ କରିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ଦିବ୍ୟାଙ୍ଗ ତଥା ମାନସିକ ଅନଗ୍ରସର ଛାତ୍ର ଛାତ୍ରୀ ହୁଅନ୍ତୁ କି ବ୍ୟକ୍ତି ହୁଅନ୍ତୁ, ସେମାନେ କେବେ ବି ଅକ୍ଷମ ନୁହଁନ୍ତି, ତାଙ୍କୁ ଅକ୍ଷମ ଭାବିବା ହିଁ ଭୁଲ । ସେହି ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ତମ ବ୍ୟବହାର, ସଠିକ୍ ଶିକ୍ଷା ଏବଂ ବିଭିନ୍ନ ଉପାୟ ଅବଲମ୍ବନ କରି ତାଙ୍କୁ ସକ୍ଷମ କରାଯାଇପାରିବ ଏବଂ ସେମାନେ ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ୍ ହୋଇପାରିବେ ।

ଦୃଷ୍ଟି ବାଧିତ ଛାତ୍ର ଛାତ୍ରୀ ମାନଙ୍କୁ ବ୍ରେଲି ମାଧ୍ୟମରେ ପଢ଼ାଇବା ଦ୍ବାରା ସେମାନେ ଭଲ ଭାବରେ ଶିକ୍ଷା ଗ୍ରହଣ କରିଥାନ୍ତି । ଯେଉଁ ଛାତ୍ର ଛାତ୍ରୀ ମାନଙ୍କର ଶ୍ରବଣ ଶକ୍ତି ବହୁକ କମ୍, ସେହିମାନେ ଶ୍ରବଣ ଶକ୍ତି ସହାୟତା ଯନ୍ତ୍ର ଲଗାଇବା ଦ୍ବାରା ତାଙ୍କୁ ଶୁଭିଥାଏ ଏବଂ ଶିକ୍ଷା ଗ୍ରହଣ କରିଥାନ୍ତି।ଯେଉଁ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଥେରାପି ଚ଼ିକିତ୍ସା ଆବଶ୍ୟକ କରିଥାନ୍ତି, ତାଙ୍କୁ ଥେରାପି ଚ଼ିକିତ୍ସା ଦେବା ଦ୍ବାରା ଭଲ ହୋଇପାରନ୍ତି । ଦିବ୍ୟାଙ୍ଗ ଓ ମାନସିକ ଅନଗ୍ରସର ଛାତ୍ରଛାତ୍ରୀ ଙ୍କୁ ସ୍ବତନ୍ତ୍ର ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଗୀତ ଗାଇବା, ନାଚ଼ କରିବା ଏବଂ କୌତୁହଳ ପୂର୍ଣ୍ଣ କଥା କହି ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢ଼ିବା ପାଇଁ ଧ୍ୟାନ ଆର୍କଷଣ କରିଥାନ୍ତି ଏବଂ ତାହାପରେ ସେ ଆବଶ୍ୟକ କରୁଥିବା ପାଠ କୁ ପଢ଼ାଇଥାନ୍ତି । ଦିବ୍ୟାଙ୍ଗ ଓ ମାନସିକ ଅନଗ୍ରସର ଛାତ୍ରଛାତ୍ରୀ ମାନେ ନିୟମିତ ବ୍ୟାୟାମ କରିବା କରିବା ଦ୍ବାରା ସେମାନେ କିଛି ମାତ୍ରାରେ ଲାଭ ପାଇପାରିବେ ।

ଦିବ୍ୟାଙ୍ଗ ମାନଙ୍କୁ ଧନ୍ଦାମୂଳକ ତାଲିମ ଦେବା ଦ୍ବାରା ସେମାନେ ଆତ୍ମନିର୍ଭର ହେବା ସହ ରୋଜଗାର କ୍ଷମ ମଧ୍ୟ ହୋଇପାରିବେ । ଅନେକ ଦିବ୍ୟାଙ୍ଗ ମଧ୍ୟ ଧନ୍ଦାମୂଳକ ତାଲିମ ନେଇ ରୋଜଗାରକ୍ଷମ ହୋଇପାରିଛନ୍ତି ଏବଂ ସମାଜ ମୁଖ୍ୟ ସ୍ରୋତ ରେ ସାମିଲ୍ ହୋଇପାରିଛନ୍ତି । ଦିବ୍ୟାଙ୍ଗମାନଙ୍କୁ ସାମାଜିକ ନ୍ୟାୟ ଓ ସମାନତା ପ୍ରଦାନ ସହ ସେମାନଙ୍କର ବିକାଶ କରିବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି । ଦିବ୍ୟାଙ୍ଗଙ୍କ ସୁରକ୍ଷା ପାଇଁ ସରକାର ଅନେକ ଗୁଡିଏ ଆଇନ ପ୍ରଣୟନ କରିଛନ୍ତି, ଯାହା ‘ଦ ରାଇଟ୍ ଅଫ୍ ପର୍ସନ୍ସ ୱିଥ୍ ଡିଜାବିଲିଟି ବିଲ୍’ ନାମରେ ନାମିତ । ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ସମସ୍ତ ଦିବ୍ୟାଙ୍ଗ ଭାଇ ଓ ଭଉଣୀ ମାନଙ୍କର ଉଜ୍ଜ୍ବଳ ଓ ସୁଖମୟ ଭବିଷ୍ୟତ କାମନା କରୁଛି ।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
1 କମେଣ୍ଟ
ପୁରୁଣା କମେଣ୍ଟ
ନୂଆ କମେଣ୍ଟ କ୍ରିୟାଶୀଳ କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ
ରଙ୍ଗନାଥ ରଥ
ବଣମଲ୍ଲୀ ପାଠକ
ରଙ୍ଗନାଥ ରଥ
1 ମାସ ପୂର୍ବରୁ

ଆଗାମୀ ଡିସେମ୍ଵର ୩ରେ ବିଶ୍ଵବ୍ୟାପୀ “ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ” ପାଳନ ଅବସରରେ ସମସ୍ତ ଭିନ୍ନକ୍ଷମ ବ୍ୟକ୍ତିବିଶେଷ, ବାଳକ-ବାଳିକାଙ୍କ ଶୁଭକାମନା କରୁଛି। ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ପାଦକୁ ପାଦ ମିଳାଇ ସେମାନେ ଆଗେଇଯାଆନ୍ତୁ।