ମାଟି – ବୀରକିଶୋର ନାୟକ

ଲେଖକ ପରିଚୟ

ବୀର କିଶୋର ନାୟକ
ଖଣ୍ଡବନ୍ଧ, ଢେଙ୍କାନାଳ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ମାଟି କି ଗଢିଛି ଜାତି, ଧର୍ମ, ବର୍ଣ୍ଣ
ଗଢିଛି କି ଦେଶସୀମା,
ଅଭେଦ ପ୍ରୀତିରେ ସାଇତିଛି ସିଏ
ବୃହତଠାରୁ ଅଣିମା |
ଇତିହାସ କହେ ଯେବେ ବି ଏ ମାଟି
ହୋଇଛି ରକ୍ତ ରଞ୍ଜିତ,
ମଣିଷ ହିଁ ଦାୟୀ ସବୁ ବିତପlତେ
କରିଛି ସେ କଳଙ୍କିତ |
ଅlଫଗାନିସ୍ତାନ ଅବା ପାକିସ୍ତାନ
ଆମେରିକା ଅବା ଚୀନ,
କେଉଁ ଦେଶମାଟି ଶିଖାଏନି କେବେ
ନରହତ୍ୟା ଅବା ରଣ |
ନିଜ ସ୍ୱାର୍ଥ ପାଇଁ ମଣିଷ ସାଜୁଛି
ନିର୍ଦ୍ଦୟ ସନ୍ତ୍ରାସବାଦୀ,
ତାଲିବାନ ପାଇଁ ରକତ ଦେଖୁଛି
ଅଫଗାନିସ୍ତାନ ମାଟି |
ବିଶ୍ୱେ ପ୍ରଚଳିତ ଯେତେସବୁ ଧର୍ମ
ମଣିଷ କରିଛି ସୃଷ୍ଟି,
ଧର୍ମ ନାମେ ସବୁ ହତ୍ୟା ବିଭୀଷିକା
ଜନ୍ମଦିଏ ମୌଳବାଦୀ |
ଯାହା ବି ଘଟୁଛି ବିଶ୍ୱେ ଅଘଟଣ
ମଣିଷହିଁ ସବୁକରେ,
ଦେଶନାମେ କିନ୍ତୁ କଳଙ୍କ ରଚନା
ଅର୍ବାଚୀନ କରିପାରେ |

ବୀରକିଶୋର ନାୟକ,
ଖଣ୍ଡବନ୍ଧ, ଢେଙ୍କାନାଳ |


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ