ଦଇବଟି ଏକା ସାହା – ବି. ନିରୁପମା

ଲେଖକ ପରିଚୟ

ବି.ନିରୁପମା
ମାମୁରିଆ, ଛେଣ୍ଡିପଦା, ଅନୁଗୋଳ | ସଦ୍ୟ ପୋଷ୍ଟ

ମାନ ତେଜିବାକୁ କହୁଛ ଯା’ ମୋତେ
କେମିତି ତେଜିବି ତାହା,
ଆଗୁଁ କେତେବାର କଥାଦେଇ ପରା
ଭଣ୍ଡିଅଛ ଆହେ ନାହା-
କଥାକହି ନାନାରଙ୍ଗେ;
ବାରବାର ତୁମେ ରାତି ପୁହାଇଛ
ଆନ ଗୋପୀଙ୍କର ସଙ୍ଗେ ।(୦)

ଏ ଜନମେ ହେତୁ ପାଇବା ଦିନରୁ,
ପାସୋରିନି କେବେ ତୁମକୁ ମନରୁ ।
ଅରପି ଦେଇଛି ମନ-ପ୍ରାଣ ସବୁ
ଆପଣାର ଥିଲା ଯାହା ।(୧)
ଆଗୁଁ କେତେବାର କଥାଦେଇ ପରା
ଭଣ୍ଡିଅଛ ଆହେ ନାହା ।

ନିଜ ସୁଖଲାଗି ତୁମେ ବାରବାର,
ଭାଙ୍ଗିଦେଉଅଛ ମନକୁ ମୋହର ।
ଗୁଣ ଜାଣି ତେଣୁ କରେ ମୁଁ ଜୁହାର
ଦଇବଟି ଏକା ସାହା ।(୨)
ଆଗୁଁ କେତେବାର କଥାଦେଇ ପରା
ଭଣ୍ଡିଅଛ ଆହେ ନାହା ।

ମାନ ତେଜିବାକୁ କହୁଛ ଯା’ ମୋତେ
କେମିତି ତେଜିବି ତାହା,
ଆଗୁଁ କେତେବାର କଥାଦେଇ ପରା
ଭଣ୍ଡିଅଛ ଆହେ ନାହା ।
କଥାକହି ନାନାରଙ୍ଗେ;
ବାରବାର ତୁମେ ରାତି ପୁହାଇଛ
ଆନ ଗୋପୀଙ୍କର ସଙ୍ଗେ ।

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
2 କମେଣ୍ଟ
ପୁରୁଣା କମେଣ୍ଟ
ନୂଆ କମେଣ୍ଟ କ୍ରିୟାଶୀଳ କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ
ଲକ୍ଷ୍ମୀନାରାୟଣ ପଟ୍ଟନାୟକ
ବଣମଲ୍ଲୀ ପାଠକ
ଲକ୍ଷ୍ମୀନାରାୟଣ ପଟ୍ଟନାୟକ
9 ମାସ ପୂର୍ବରୁ

ଖୁବ ସୁନ୍ଦର ଭକ୍ତି ନିବେଦନ

ବି. ନିରୁପମା, ମାମୁରିଆ, ଛେଣ୍ଡିପଦା, ଅନୁଗୋଳ ।
ବଣମଲ୍ଲୀ ପାଠକ
ବି. ନିରୁପମା, ମାମୁରିଆ, ଛେଣ୍ଡିପଦା, ଅନୁଗୋଳ ।
9 ମାସ ପୂର୍ବରୁ

ଅଶେଷ ଧନ୍ୟବାଦ