ଅଣୁଗଳ୍ପ- ପୁତ୍ରପ୍ରାପ୍ତି – ରୁଦ୍ର ନାରାୟଣ ଦାଶ

ଲେଖକ ପରିଚୟ

ରୁଦ୍ର ନାରାୟଣ ଦାଶ
ଅନାମ କଲୋନୀ, ପ୍ଲଟ- ୧୧୯୬, ଭୁବନେଶ୍ୱର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ପାନ ଭାଙ୍ଗୁ ଭାଙ୍ଗୁ ରମେଶ କହୁଥିଲେ..,

– ସବିତା, ପୁଅ କେତେ ବଡ଼ ହେଇଗଲାଣି ନା ୟା ଭିତରେ..,
– ହଁ, ସମୟ ଯେ କୁଆଡେ ବିତିଯାଉଛି କିଏ ବା ଜାଣେ..,

କହୁ କହୁ ଦୁହେଁ ବସି ମନେ ପକାଉଥିଲେ ତା’ ପିଲାଦିନକୁ । କେତେ ପୂଜା ପରବ ମାନସିକ ଅଧିଆ ନ କରି ନ ପଡି ସେ ପୁଅକୁ ନ ପାଇଥିଲେ ସତେ । ବିବାହର ଦଶ ବାର ବରଷ ପରେ ପୁଅଟିଏ ପାଇଛନ୍ତି ସେ । ଛୋଟବେଳର ପ୍ରତି କାର୍ଯ୍ୟକଳାପକୁ ଆଖି ଆଗରେ ବିନା ପରଦାରେ ସ୍ପଷ୍ଟ ଭାବେ ଦେଖୁ ଦେଖୁ କେତେବେଳେ ଯେ ହସୁଥିଲେ ଆଉ କାନ୍ଦୁଥିଲେ ତାଙ୍କୁ ଜଣାନଥିଲା । ୟା ଭିତରେ ପୁଅ ଦଶମ ଆଉ +୨ ପାସ୍ କରି ଡାକ୍ତରୀ ପାଠର ଶେଷ ବରଷରେ ପଢୁଛି । ଅତି ଗରିବ ନହେଲେ ବି ମଧ୍ୟବିତ୍ତ । ମଧ୍ୟବିତ୍ତର ତ ଗୋଟାଏ ସପନ ଅଛି ନା ! ଏହି ଖୁସିରେ ଆତ୍ମହରା ହୋଇ କହିଉଠୁଥିଲେ ପରସ୍ପରଙ୍କୁ..,

– ଏଇ ସନ ଆମ ସୁରିଆର ଡାକତରୀ ପାଠଟା ସରିଗଲେ ଡାକତର ହେଇଯିବ ସେ । ନିଜ ଖରଚ ତ ନିଜେ ଉଠଉଛି ତା’ ପଢ଼ା ପଇସା (ସ୍କଲାରସିପ) ରେ ।

ଏହି ସବୁ କଥା ହେଉ ହେଉ କେତେ ସମୟ ଯେ ବିତି ଗଲାଣି ଦୁହିଁଙ୍କୁ ଜ୍ଞାତ ନାହିଁ । ଏହି ସମୟରେ ମୋହନ ଆସି ଡାକ ପକାଇଲା..

– ମଉସା ! ମାଉସୀ !

ହଠାତ ଅତୀତରୁ ବାହାରି ବର୍ତ୍ତମାନକୁ ଆସି ଭଙ୍ଗାପାନକୁ ପାଟିରେ ପୁରାଇ ଉତ୍ତର ଦେଲେ ଦୁହେଁ..

– କ’ଣ ହେଲାରେ ମୋହନିଆ ?
ମୋହନ ତା’ ଡାକ୍ତରୀ ଶ୍ରେଣୀର ଛାତ୍ର‌ । ଗଦଗଦ ଲୁହରେ କହିଉଠିଲା..

– ସୁରିଆ ର ଆକ୍ସିଡେଣ୍ଟରେ ସ୍ପଟଡେଥ ହେଇଗଲା !

ଶୁଣୁଶୁଣୁ ପୁରାଇଥିବା ପାନଖଣ୍ଡକ ପାଟିରୁ ହଠାତ ଗଳିପଡିଲା ଦୁହିଁଙ୍କର । ଲଥକରି ବସି ସ୍ଥାଣୁ ପାଲଟିଗଲେ ଦୁଇଜଣ ଯେମିତି ତପସ୍ଯାରତ ମାନବଟେ ପରି ପୁନଶ୍ଚ ପୂର୍ଣ୍ଣ-ପୁତ୍ର ପ୍ରାପ୍ତି ନିମନ୍ତେ.. ।

ରୁଦ୍ର ନାରାୟଣ ଦାଶ, ଭୁବନେଶ୍ଵର
ମୋ- ୯୮୬୧୭୦୧୭୧୪


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
1 କମେଣ୍ଟ
ପୁରୁଣା କମେଣ୍ଟ
ନୂଆ କମେଣ୍ଟ କ୍ରିୟାଶୀଳ କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ
ଲକ୍ଷ୍ମୀନାରାୟଣ ପଟ୍ଟନାୟକ
ବଣମଲ୍ଲୀ ପାଠକ
ଲକ୍ଷ୍ମୀନାରାୟଣ ପଟ୍ଟନାୟକ
6 ମାସ ପୂର୍ବରୁ

ଦଇବ ଦଉଡି ମଣିଷ ଗାଈ,
ଯେଣିକି ଟାଣଇ ସେଣିକି ଯାଇ ।