ହଜିଗଲା ପରିଚୟ – ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର
ଜହ୍ନ ର ଜୋଛନା ରଜତ ରୋଷଣୀ କଇଁଫୁଲ ଫୁଟା ରାତି
ମନ୍ଦ ମନ୍ଦ ଛନ୍ଦେ ଅନିଳ ପରଶେ ପ୍ରକୃତି ଉଠୁଛି ହସି
ସୁପ୍ତ ନିଶିଥିନୀ ନିର୍ଜନ ବେଳାରେ ସ୍ମୃତି ପଟରେ ଉଦ୍ଭାସେ
ଅତୀତର ସୁଖ ଦୁଃଖଦ ମୁହୁର୍ତ୍ତ ମନ ପରଦାରେ ଭାସେ ।।
ବାଳୁତ କାଳର ବାତ୍ସଲ୍ୟ ମମତା ସ୍ନେହ ସରାଗ ଆଦର
ଜୀବନ ଜାତକେ ପ୍ରକୃତ ସୁଖର ଅନୁଭବ ଆପଣାର
କୋମଳ କଅଁଳ ଦରୋଟି ଭାଷାର ସ୍ମୃତି ଯେତେ ଅବିକଳ
ସେହିଠାରେ ଅବା ଅଟକି ରହିଲା’ପରି ଲାଗେ ବାରମ୍ବାର ।।
ଅବୋଧ ଉଦ୍ଦାମ ଯୁବକ ସୁଲଭ ସମୟ ଭିତରେ କେତେ
ପାପ ପୂଣ୍ୟ,ସୁଖ ଦୁଃଖଦ ସମୟ ପଲକେ କେମିତି ବିତେ
ଚାହୁଁ ଚାହୁଁ ଆସି ତାରୁଣ୍ୟ ବେଳାର ଅନେକ ଅଭୁଲା ଗାର
ପରଦା ଉପରେ ପ୍ରତୀତ ହୁଅଇ ଚଳଚିତ୍ର ପରକାର ।।
ଫେଣ୍ଟାଫେଣ୍ଟି କରି ଦେଖୁଛି ଜାତକ କିଆଁ ମୋତେ ସତେ ଏତେ
ଦୁଃଖ ଜଞ୍ଜାଳ ରେ ଜୀବନ ବିତିବା ପାଇଁ ଜନ୍ମ ଦେଲ ଏଥେ
ମୋର ଜନ୍ମ ପାଇଁ ମୁଁ’ ସତେ ଦାୟି ସେପରି କରୁଛ କିଆଁ
ବିବେକି ଜନର ଉଚିତ ବିଚାର ତୁମେ ପା ଜଗତ ନାହା ।।
ସୁନ୍ଦର ଏ ରାତି ବିଷମ ଲାଗଇ ସ୍ମୃତି ରୋମାନ୍ଥନେ ରହି
‘ଭାବିଥିଲି ସୁଖ ସ୍ଵାତ୍ସନ୍ଦ୍ୟ” “ଜୀବନେ ଅଟକି ଯାଇଛି କାହିଁ”
ବାଳୁତ ବାତ୍ସଲ୍ୟ ସ୍ନେହ ମମତାରେ ପ୍ରକୃତ ସୁଖର ଭୋଗ
ଅବୋଧ ଜୀବନେ ସେ ଭୋଗ ବିଳାସ ସବୁ ତୁମ ପାଇଁ ଯୋଗ ।।

ଯେବେଠୁ ଜାଣିଲି ଜୀବନ ବଞ୍ଚିବା ସେବେଠୁ ଜଞ୍ଜାଳ ମୟ
ଝଡ଼ ଝଞ୍ଜା କେତେ ଜଞ୍ଜାଳ ଜାଳରେ ହଜିଗଲା ପରିଚୟ
ଧରମ ଦୁଆରେ ତଥାପି ନାସ୍ତିକ ହାତପାତି ଅଛି ବସି
ତୁମ ବଡପଣ ଦେଖାଇବ ଧନ ଚକା ଆଖି ବ୍ରହ୍ମରାଶି ।।
