ଗୋଧୂଳିରେ ଚ଼ଷା – ରୁଦ୍ର ନାରାୟଣ ଦାଶ
ଚ଼ଷା ଭାଇ ସଦା ଫେରେ ଏଇ ବେଳେ
ତାହାର ସୁନା କ୍ଷେତରୁ,
ଗୋରୁ ଛେଳିପଲ ବାହୁଡ଼ନ୍ତି ପୁଣି
ତାଙ୍କ ଚ଼ାରଣ ଭୂମିରୁ।୧।
ବିଶାଳ ମନଟି ବହନ କରିଛି
ଚ଼ଷା ଭାଇ ଯେ ଆମର,
ବାଧାବିଘ୍ନ ସବୁ ଏଡ଼ାଇଣ ଦେଇ
କରିଚାଲେ ଶସ୍ୟ ଅମଳ ।୨।
ଏତେ ଲୋକଙ୍କର ପେଟ ସେ ଭରୁଛି
ଶସ୍ଯକ୍ଷେତକୁ ସେ ଯାଇ,
ସୂର୍ଯ୍ଯାସ୍ତ ବେଳରେ ବାହୁଡ଼ି ଆସୁଛି
ସନ୍ଧ୍ଯା ଦେବୀ ଆଜ୍ଞା ପାଇ।୩।
ଗୋରୁପଲ ପୁଣି ଦିଅନ୍ତି ସଙ୍କେତ
ପଥେ ଘଣ୍ଟି ବଜାଇଣ,
ଛାଡ଼ିଦିଅ ବାଟ ବେଳ ତ ଉଛୁର
ହମ୍ବା ରଡ଼ି ପକାଇଣ।୪।
ଫେରନ୍ତା ବାଟରେ କେତେ କଥା ଭାବେ
ନିଜ ସଂସାରକୁ ନେଇ,
ତାହାର ସଂସାର କଥା ବୁଝିବାକୁ
ସନ୍ଧ୍ଯା ଧରଣୀକୁ ଆସଇ ।୫।
