ଯୌବନର ପ୍ରଭାବ – ରୁଦ୍ର ନାରାୟଣ ଦାଶ

ଲେଖକ ପରିଚୟ

ରୁଦ୍ର ନାରାୟଣ ଦାଶ
ଅନାମ କଲୋନୀ, ପ୍ଲଟ- ୧୧୯୬, ଭୁବନେଶ୍ୱର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ମନ ମୋର ଏକ ବିଳାସର ଶାଳା
କିଏ ପ୍ରେମ ରଙ୍ଗ ମୋ ମନେ ବିଞ୍ଚିଲା,
ଯୌବନ ଧିରେ ଦେହେ ପାଦ ଦେଲା
କୈଶୋର ଯୁଗର ଅନ୍ତ ଯେ ଆସିଲା।୧।

କାହାର ପ୍ରେମରେ ପଡ଼ିଲି ମୁଁ ଆଜି
ଟାଣିନିଏ କିଏ ମୋ ମାନସୀ ସାଜି,
ଏ ତ ବୟସର ଦୋଷ ଅଟେ ଜାଣି
ମନ କହେ ସିଏ କୋକିଳ ଭାଷିଣୀ।୨।

ଦୁର୍ବଳତା ଅଛି ତା’ର ପାଇଁ ମନେ
ଆସେ ସଦା ମୋର ସ୍ବପ୍ନେ ଜାଗରଣେ,
ଯେଉଁ ଦିଗେ ଦେଖେ ସେ ଦିଗେ ସେ ଥାଏ
ପୋଖରୀ କୂଳରେ ପ୍ରତୀକ୍ଷାରେ ରୁହେ।୩।

କି ଯୌବନ ରଙ୍ଗ ବୋଳିଦେଲା ଦେହେ
ପ୍ରିୟା ପଛେ ଧାଏଁ ମକ୍ଷିକା ପରାଏ,
ଜାଣିନାହିଁ ନାମ, ଠିକଣା, ବୟସ
ଭରିଯାଏ ମନେ ଯୌବନର ଶୋଷ।୪।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
1 କମେଣ୍ଟ
ପୁରୁଣା କମେଣ୍ଟ
ନୂଆ କମେଣ୍ଟ କ୍ରିୟାଶୀଳ କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ
ରଙ୍ଗନାଥ ରଥ
ବଣମଲ୍ଲୀ ପାଠକ
ରଙ୍ଗନାଥ ରଥ
9 ମାସ ପୂର୍ବରୁ

ଆଦ୍ୟ ଯୌବନର ମନୋଜ୍ଞ ଭାବାବେଶ।
ବିଞ୍ଚିଲା = ବିଞ୍ଛିଲା