ସେ ନାରୀ – ରୁଦ୍ର ନାରାୟଣ ଦାଶ

ଲେଖକ ପରିଚୟ

ରୁଦ୍ର ନାରାୟଣ ଦାଶ
ଅନାମ କଲୋନୀ, ପ୍ଲଟ- ୧୧୯୬, ଭୁବନେଶ୍ୱର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ସେ ନାରୀ
ସହସ୍ର ମନକୁ ଏକ ମନରେ
ପରିଣତ କରୁଥିବା ଜୀବନ୍ତ ଦେବୀଟିଏ।।

ସେ ନାରୀ
ବିକ୍ଷିପ୍ତ ଜୀବନକୁ
ସଜାଡିବାର ଆଶାରେ
ସଫଳ ଉଦାହରଣ ସେ।।

ସେ ନାରୀ
ଘର ଅଗଣାକୁ
ରାତି ତମାମ ଆଲୋକିତ କରି
ଜଳୁଥିବା ସଳିତା ଟେ।।

ସେ ନାରୀ
ବ୍ରହ୍ମାଣ୍ଡର ଆଦି ସେ
ଜଗତର ପ୍ରତି ଅଣୁରେ
ଦିବସର ଆରମ୍ଭ
ଅବା ରଜନୀର ଅନ୍ତରେ
ବିଦ୍ଯମାନ ସେ।।

ସେ ନାରୀ
ମମତା ମୂଲକର ରାଣୀ ସେ
ଜାୟା, ଜନନୀ, ଭଗିନୀ ରୂପେ
ସଦା ପୂଜିତା ସେ।।

ସେ ନାରୀ
ଅନ୍ଯର ଆଶାକୁ ପୂରଣ କରି
ନିଜ ଆଶାକୁ ଦ୍ବାହି ଦେଇ
ପ୍ରତି କ୍ଷଣରେ ଜଳୁଥିବା
ଦୁଃଖିନୀଟେ ସେ।।

ସେ ନାରୀ
ପ୍ରେମ, ସ୍ନେହ, ବିଶ୍ବାସ
ସହିଷ୍ଣୁତା, ଉଦାର ତଥା
ଦୟା ଓ କ୍ଷମା ର
ଜୀବନ୍ତ ମୂର୍ତ୍ତି ସେ।।

ସେ ନାରୀ
ସୌନ୍ଦର୍ଯ୍ଯର ମୂର୍ତ୍ତି
ପ୍ରତି ଜାତି ପାଇଁ
ନମସ୍ଯା ସେ।।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
3 କମେଣ୍ଟ
ପୁରୁଣା କମେଣ୍ଟ
ନୂଆ କମେଣ୍ଟ କ୍ରିୟାଶୀଳ କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ
ରଙ୍ଗନାଥ ରଥ
ବଣମଲ୍ଲୀ ପାଠକ
ରଙ୍ଗନାଥ ରଥ
9 ମାସ ପୂର୍ବରୁ

ଭାରତୀୟ ପରମ୍ପରା ଓ ସଂସ୍କୃତିରେ ନାରୀ କାଳେକାଳେ ବନ୍ଦ୍ୟା। କିନ୍ତୁ ଅତ୍ୟାଧୁନିକତାର ଦ୍ଵାହି ଦେଇ ନିଜ ସାମାଜିକତା ତଥା ପଦମର୍ଯ୍ୟାଦାରେ କୁଠାରାଘାତ କରୁଥିବା ପୁରୁଷ ଅଥବା ନାରୀ ସମାଜର କଳଙ୍କ।

ବାସନ୍ତୀ ଦେଈ ଖୋର୍ଦ୍ଧା
ବଣମଲ୍ଲୀ ପାଠକ
ବାସନ୍ତୀ ଦେଈ ଖୋର୍ଦ୍ଧା
8 ମାସ ପୂର୍ବରୁ

ଯୁଗେ ଯୁଗେ ନାରୀ ଚିର ବନ୍ଦନୀୟା, ଚିର ନମସ୍ୟା ଓ ସଦା ବନ୍ଦିତା

ବାସନ୍ତୀ ଦେଈ ଖୋର୍ଦ୍ଧା
ବଣମଲ୍ଲୀ ପାଠକ
ବାସନ୍ତୀ ଦେଈ ଖୋର୍ଦ୍ଧା
8 ମାସ ପୂର୍ବରୁ

ମୁଁ କିପରି ଏଥିରେ ମୋର ଲେଖା ପଠାଇପାରିବି