ଅଣୁଗଳ୍ପ – ଗୋଲାପି ତୁଳୀ – ରୁଦ୍ର ନାରାୟଣ ଦାଶ

ଲେଖକ ପରିଚୟ

ରୁଦ୍ର ନାରାୟଣ ଦାଶ
ଅନାମ କଲୋନୀ, ପ୍ଲଟ- ୧୧୯୬, ଭୁବନେଶ୍ୱର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ବାରବାର ଦେଖୁଥିଲେ ଆଇନାକୁ । କେଜାଣି କାହିଁକି ମୁହଁର ଭାବ ଅବା ମୁହଁର ରଙ୍ଗର ପରିବର୍ତ୍ତନ ଅବା ଶୀଥିଳତାକୁ ପରଖୁଥିଲେ ନିଜର, କାଚ଼ର ସେପଟ ପାଖେ ଥିବା ତାଙ୍କ ପ୍ରତିଛାୟାର ଅତି ପାଖକୁ ଯାଇ । ହଁ, ସେ ଅତି ପାଖକୁ ଯାଇ ମୁହଁରେ ପଡ଼ିଥିବା ପ୍ରତି ଧାଡ଼ି ଆଉ ସେଥିରେ ଖୋଦିତ କିଛି ଅଦେଖା ଲେଖାକୁ ପଢ଼ୁଥିଲେ । ପଢୁଥିଲେ ନା ଖୋଜୁଥିଲେ ଲିଭିଯାଇଥିବା ସେହି ଗୋଲାପୀ ତୁଳୀର ସ୍ପର୍ଶକୁ ତାଙ୍କ ସେ ଚ଼ିକ୍କଣ ଗାଲ ଉପରେ । ଦୀର୍ଘବର୍ଷ ପରେ କ୍ଷୌର ହୋଇଯାଇଥିଲେ ସେଲୁନ୍ ରେ । ବୋଧହୁଏ ଏତେ ବର୍ଷ ପରେ ଗାଲରେ ଲାଗିଥିବା ସେହି ଧଳା କ୍ରିମ୍ ଯେମିତି ଧୌତ କରିଦେଇଥିଲା ତାଙ୍କ ପ୍ରେୟସୀର ସେହି ଗୋଲାପି ଦାଗକୁ ଯାହା ଶପଥ ଭାବେ ଲେଖାହୋଇଥିଲା ।
ତଥାପି ସେ ପରଖୁଥିଲେ ଗାଲକୁ । ହଠାତ ଆଖି ପଡ଼ିଗଲା ପଢ଼ା ଟେବୁଲ ଉପରେ ସେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋଟା ଉପରେ । ସେମିତି ଜକଜକ କରୁଛି ସେ ଫଟୋ ଆଉ ଆଜିବି ସେମିତି ତାଜା ଅଛି ସେଥିରେ ଛପି ଯାଇଥିବା ସୋଲାନିକାର ଗୋଲାପି ଓଠର ସ୍ପର୍ଶ ତାଙ୍କ ଗାଲରେ ସେହି ବେକସପ୍ ରେ ତାଙ୍କ ତେଇଶିତମ ଜନ୍ମଦିନରେ ଯାହା ଆଜିକୁ ଚ଼ବିଶ ବର୍ଷ ବିତିଗଲାଣି । ମାତ୍ର.. ଆଜି ବି ସେ ତାଜା ଅଛି ଗୋଲାପୀ ରଙ୍ଗରେ ରଙ୍ଗେଇ ହୋଇଥିବା ସତେଜ ଗୋଲାପ ପରି…..।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ