ରାଧାର ପ୍ରଶ୍ନ – ରୁଦ୍ର ନାରାୟଣ ଦାଶ
ଆହେ ଚ଼ନ୍ଦ୍ରମା ତୁ ଯାଇ ବେଗେ କହ
ଆସିଅଛି ତା’ର ସନ୍ଦେଶ ସମୂହ,
ଲୁହ ବହି ଲେଖେ ତୁଳୀ ପ୍ରାୟ ହୋଇ
ତୁଳୀ କହେ ରାଧା ଚ଼ାହିଁଛି ଅନାଇ।।
ମଧୁମାସ ଯାଇ ବୈଶାଖ ପଶିଲା
ରସିକନାଗର କାହିଁ ନ ଆସିଲା,
ରସୁଥିଲା ନିତି ସୁଧାଭାଣ୍ଡ ଦେଇ
ସୁଧାଭାଣ୍ଡ ଆଜି ଖପରା ହୁଅଇ।।
ସେ ଖପରା ଖୋଦେ ମନକୁ ତାହାର
ଖୋଦିଣ ଲେଖଇ ରକତର ଝର,
ରକତ କହୁଛି ଉଦାସୀନ ଭାବେ
ଏ କଳି କାଳରେ କାହ୍ନା କାହିଁ ତ୍ଯାଗେ।।
ଦ୍ବାପରରେ କ’ଣ ପ୍ରେମ ଥିଲା ସତ୍ଯ
କଳିକାଳେ ପ୍ରେମ ହୋଇଲା କି ପ୍ରେତ,
ନାଚ଼ୁଥିଲା ରାଧା ପାଗଳିନୀ ପ୍ରାୟେ
ଚ଼ନ୍ଦ୍ରମା ଆଖିରୁ ଲୋତକ ଝରାଏ।।
ନାମ- ରୁଦ୍ର ନାରାୟଣ ଦାଶ
ଠିକଣା- ନୟାପଲ୍ଲୀ, ଭୁବନେଶ୍ବର
ମୋ- ୯୮୬୧୭୦୧୭୧୪
