ଜୀବନର ଅନ୍ତେ – ରୁଦ୍ର ନାରାୟଣ ଦାଶ

ଲେଖକ ପରିଚୟ

ରୁଦ୍ର ନାରାୟଣ ଦାଶ
ଅନାମ କଲୋନୀ, ପ୍ଲଟ- ୧୧୯୬, ଭୁବନେଶ୍ୱର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଜୀବନର ଅନ୍ତ ସମୟ ଆଜ ହେଲା ଆଗତ,
ପ୍ରଶ୍ବାସ ବାୟୁରେ ମିଶଇ ଭଲ ମନ୍ଦର ଚ଼ିତ୍ର ।।

ସେ ଚ଼ିତ୍ରେ ଭାଷଇ ମୋହର ଭଲ ଓ ମନ୍ଦ କର୍ମ,
ସେ କର୍ମ ଆଜି ଯେ ବିଚ଼ାରେ ମୋର ପାପ ଓ ପୂଣ୍ୟ ।।

ମନ୍ଦ ମନ୍ଦ ଭାଷେ ଭାଷଇ ରୁକ୍ଷ ବଦନ ନେଇ,
ତୋହରି କାଳଯେ ତତେ ତ ରହିଅଛି ଅନାଇ ।।

କେତେ ତୁ ଲୁଟିଲୁ ଧନ ଯେ ପର ତଣ୍ଟିକୁ ଚ଼ିପି,
ରାଜଘରୁ ତୁହି ଲୁଟିଲୁ ଟିକେ ଅଧିକ ମାପି ।।

ଏପଟେ ନେଲୁ ତୁ ପଇସା ଠନ ଠନ କରିଣ,
ସେପଟେ କହୁଛୁ ଲାଞ୍ଚ ନିଅ ନାହିଁ ମୁଖେଣ ।।

ଶୈଶବ କାଳରୁ ଶିଖିଲୁ କ୍ରୋଧ, ହିଂସା ଓ ଈର୍ଷା,
କାମନା ମଦରେ ବୁଡ଼ିଣ କଲୁ ଅଧର୍ମ ବର୍ଷା ।।

ସେ ବର୍ଷା ଆସିଣ ପଡ଼ିଲା ତୋ’ର ଛାତ ଉପରେ,
ଛାତରୁ ଝରୁଛି ସେ ପାଣି ଆଜି ପାପ ହୋଇରେ ।।

ବିନ୍ଦୁ ବିନ୍ଦୁ କରି ପାପର ନେବ ସିଏ ହିସାବ,
କରିତପାରୁନୁ ହିସାବ ଦେଉ ଶାନ୍ତ୍ବନା ଲେପ ।।

ପୁଣ୍ଯ ଏଠି ସ୍ବଳ୍ପ ରହିଣ ପାପ ବଢ଼ିଣ ଯାଏ,
କହ କେଉଁ ଫଳ ଭୋଗିବୁ କାଳ ପଚ଼ାରୁଥାଏ ।।

ଜୀବନ ଯେ ଏକ ବସନ୍ତ ଭାରି ଉଚ୍ଛନ୍ନ କଲା,
ସେ ବସନ୍ତ ମଧୁକୂପରେ ମୋର ଗୋଡ଼ ପଡ଼ିଲା ।।

ଥିଲା ସିଏ କୃଷ୍ଣ ଗର୍ତ୍ତ ଯେ ଜାଣିପାରିଲି ନାହିଁ,
ଚ଼େତା ପଶିବା ର କ୍ଷଣରେ ବୁଦ୍ଧି ଦିଶିଲା ନାହିଁ ।।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ