ପ୍ରତି ରାତିରେ – ରୁଦ୍ର ନାରାୟଣ ଦାଶ
ସେ ଆସନ୍ତି
ପ୍ରତି ରାତିର ଗାଢ଼ ଅନ୍ଧକାର ମଧ୍ଯରୁ
ଏ ବେଦନାସିକ୍ତ ଛାତିରେ
ଅମୃତର ଜଳ ସିଞ୍ଚନାର୍ଥେ
ଏ ଶୂନ୍ଯ କୋଠରୀକୁ।।
ଦୁଇଠୋପା ଉଷ୍ମ ଲୁହ
ବହିଯାଇ ତକିଆକୁ ଜଳେଇଦିଏ
ମୋ ଭାସମାନ ଭାବନା
ତରଳୀକୃତ କରିବାରେ।
ଆହା!
ସତେ ପୁଣି ଭୁଲିଯାଏ ମୁଁ
ଅତୀତର ନିଷ୍ପାପ ପ୍ରାଣକୁ
ଦେଇଥିବା କଷ୍ଟ ସବୁକୁ
ପୁଣି ଏକାକାର କରିଦିଏ
ଏ ମନ ଦେହ ତାଙ୍କ ସହ
ଏ ପଲଙ୍କ ଉପରେ
ପ୍ରତି ରାତିରେ।।
