ଦିବ୍ୟାଙ୍ଗ – ମୀନାକ୍ଷି ପାଢ଼ୀ

ଲେଖକ ପରିଚୟ

ମୀନାକ୍ଷି ପାଢୀ
ଚିକିଟି ପେଣ୍ଠ, ଗଞ୍ଜାମ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ସରଜିଲା ଯିଏ ଏ ଜଗତେ ତାକୁ
କିଛି ତ ତା’ଠାରେ ନିହିଛି,
ଜୀବନ ସଂଗ୍ରାମେ ହାରିଯିବ ନାହିଁ
ଆଶାୟୀ ନୟନ ଚାହିଁଛି ।

ହରାଇଛି ଯିଏ ଜୀବନରେ କିଛି
କିଏ ଦାୟୀ କିଏ କହିବ ?
ଢାଳିଦେଲେ ଦିଅ ସ୍ନେହ ମନ୍ଦାକିନୀ
ଦଗ୍ଧ ପରାଣେ ବହିବ।

ନିରାଶ ଅନ୍ଧାରେ ଛାତି ଚିରି ଯେବେ
ହୃଦୟ ତାହାର ଥରଇ,
ଦେଇଦିଅ ବନ୍ଧୁ,ଦେଇଦିଅ ସ୍ନେହ
ସହାନୁଭୂତିରୁ ଝରାଇ।

ଅକ୍ଷମ ସେ ତା’ର ଶରୀରେ ସଞ୍ଚରି
ସହସ୍ର କେଶରୀର ବଳ,
ଭରିବାକୁ ହେବ ଓଠରେ ତାହାର
ହରଷିତ ଶତ କମଳ।

ହାତେ ହାତ ତା’ର ଧରିନିଅ ସାଥୀ
ଦେଖାଅ ନୂତନ କିରଣ,
ଉଦ୍ଭାସିତ ହେଉ ସ୍ବର୍ଣ୍ଣ ଆଲୋକରେ
ବିଭାସିତ ହେଉ ଜୀବନ।

ଅପୂର୍ବ,ଅନୁପ ଦିବ୍ୟ ଚେତନାରେ
“ଦିବ୍ୟାଙ୍ଗ” ନାମ ସେ ବହିଛି,
ନବ ଜୀବନର ପଥିକ ସାଜୁ ସେ
ପ୍ରୟାସ ତ ଜାରି ରହିଛି।

ଧ୍ରୁବ ତାରା ସମ ଦେଖାଉ ଦିଶା ସେ
ସୁଦୂର ଆକାଶ ବୁକୁରେ,
ଝଳି ଉଠୁ ତା’ର ଜୀବନ,ଦୁନିଆ
ହାତ ଠାରି ଦେଖୁ ତାହାରେ।

ଭିନ୍ନକ୍ଷମ ସେ’ତ ନୁହଁଇ ଅକ୍ଷମ
ଭିନ୍ନ ଗୁଣରେ ସେ ସକ୍ଷମ,
ବୁଝି ଏହା ତାକୁ ବୁଝାଇ ପାରିଲେ
ହେବ ଧନ୍ୟ ତା’ର ଜୀବନ।

ମୀନାକ୍ଷି ପାଢ଼ୀ, ଶିକ୍ଷୟିତ୍ରୀ, ଚିକିଟୀ ଗଞ୍ଜାମ ।

(ଡିସେମ୍ବର ୩, ବିଶ୍ବ ଭିନ୍ନକ୍ଷମ ଦିବସ ଉପଲକ୍ଷେ)


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
4 କମେଣ୍ଟ
ପୁରୁଣା କମେଣ୍ଟ
ନୂଆ କମେଣ୍ଟ କ୍ରିୟାଶୀଳ କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ
ରଙ୍ଗନାଥ ରଥ
ବଣମଲ୍ଲୀ ପାଠକ
ରଙ୍ଗନାଥ ରଥ
8 ମାସ ପୂର୍ବରୁ

ଡିସେମ୍ଵର ୩ରେ ବିଶ୍ଵବ୍ୟାପୀ “ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ” ପାଳନ ଅବସରରେ ସମସ୍ତ ଭିନ୍ନକ୍ଷମ ବ୍ୟକ୍ତିବିଶେଷ, ବାଳକ-ବାଳିକାଙ୍କ ଶୁଭକାମନା କରୁଛି। ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ପାଦକୁ ପାଦ ମିଳାଇ ସେମାନେ ଆଗେଇଯାଆନ୍ତୁ।

ମୀନାକ୍ଷି ପାଢ଼ୀ
ବଣମଲ୍ଲୀ ପାଠକ
ମୀନାକ୍ଷି ପାଢ଼ୀ
8 ମାସ ପୂର୍ବରୁ
ଉତ୍ତର ଦିଅନ୍ତୁ  ରଙ୍ଗନାଥ ରଥ

ଆନ୍ତରିକ ଧନ୍ୟବାଦ୍ ଆପଣଙ୍କୁ 🙏😊

ଲକ୍ଷ୍ମୀନାରାୟଣ ପଟ୍ଟନାୟକ
ବଣମଲ୍ଲୀ ପାଠକ

ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଉପଲକ୍ଷେ ଆପଣ ଏହି କବିତାରେ ଖୁବ ସୁନ୍ଦର ବାର୍ତ୍ତା ଦେଇଛନ୍ତି ।

ମୀନାକ୍ଷି ପାଢ଼ୀ
ବଣମଲ୍ଲୀ ପାଠକ
ମୀନାକ୍ଷି ପାଢ଼ୀ
8 ମାସ ପୂର୍ବରୁ

ମତାମତ ଓ ଉତ୍ସାହିତ କରିଥିବାରୁ ଆନ୍ତରିକ ଧନ୍ୟବାଦ୍ 🙏🎉