ଉପହାର – ରଞ୍ଜନ କୁମାର ବ୍ରହ୍ମା

ଲେଖକ ପରିଚୟ

ରଞ୍ଜନ କୁମାର ବ୍ରହ୍ମା
ଚିକିଟୀ ଗଡ଼, ଗଞ୍ଜାମ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ମୁଁ ଜାଣେ
ମୋ ପାଇଁ
ତୁମ ହୃଦୟରେ ସ୍ନେହଅଛି ବୋଲି
ଯୋଜନାମାନ କହୁଛି ।
କାନ ଦୁଇଟିକୁ
ଠିକ୍ ଶୁଭୁନାହିଁ ବୋଲି
କର୍ଣ୍ଣ ଯନ୍ତ୍ରଟିଏ ପାଇଛି ।
କାଖରେ ବାଡିଟି
ହାତରେ ବାଡିଟି
ଳମ୍ବେଇ ଳମ୍ବେଇ ପଡୁଛି ।
ତୁମେ ଦେଇଥିବା କୃତ୍ରିମ ଅଙ୍ଗଟି
ମୋ ଚଲା ବାଟର
ଘନିଷ୍ଟ ବନ୍ଧୁ ସାଜିଛି । ୧ ।

ମୋ ଗାଁ ବିଦ୍ୟାଳୟେ
ଏପରି ସବୁଠି ସଭିଙ୍କପରି
ଅଂଶଗ୍ରହଣ ସହ ସମାନ ସୁଯୋଗ ରହିଛି ।
ବ୍ରେଲି ବହିଟି କେତେ ଯେ ସୁନ୍ଦର
ତହିଁରେ ହାତକୁ ବୁଲାଇ ଜାଣୁଛି ।
ଚଲାକ ଚତୁର ବୁଦ୍ଧିଆ ହୋଇ
ଯୁଗ ସହ ତାଳ ଦେଉଛି
ଆଗକୁ ଆଗକୁ ସମୟ ସାଥିରେ
ସମର୍ଥ ଯୋଗାଡି ଚାଲୁଛି । ୨ ।

ମୁଁ ଅସୁନ୍ଦର ନୁହଁ
ପଛୁଆ ବି ନୁହଁ
ଠାକୁରେ ଅପାର ଦକ୍ଷତା ଦେଇଛି ।
ପ୍ରତିନିଧି ଭାବେ ତୁମକୁ ପଠାଇ
ଉପହାରମାନ ଦେଉଛି ।
ସେ ସବୁ ଗୁଡିକ କେତେ ଯେ ଜରୁରୀ
ତାଙ୍କଠୁ ବେଶୀ ଆଉ କିଏ ଜାଣିଛି ? ।୩।

ଆଜି ମୁଁ ସାମାଜିକ ସଭ୍ୟ ସମର୍ଥ
ତୁମର ଆଦର ତୁମର ଯତ୍ନ
ମୋତେ ଚଳ ଚଞ୍ଚଳ କରୁଛି ।
ମାଟି ମା’ର ମୁଁ ସୁଯୋଗ୍ୟ ସନ୍ତାନ
ଦେଶ ସେବାରେ ଲାଗିଛି
ସଭିଙ୍କ ଆଶିଷେ
ସହାସ ପ୍ରୟାସେ
ମୁଁ ଆଗକୁ ଆଗକୁ ବଢୁଛି
ମୋ ଅନ୍ତରୁ ସମ୍ମାନ ବାଢୁଛି
ଆଜି ସୁଗନ୍ଧେ ସୁଗନ୍ଧେ ବାସୁଛି ।୪।

ଚିକିଟୀ ବ୍ଲକ , ଗଞ୍ଜାମ
ଫୋନ୍ ନଂ – 8249486455


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ