କି ଗୁଣ ଆ’ ପାଶେ ଦିଶିଲା ! – ବି. ନିରୁପମା
ଲେଖକ ପରିଚୟ

ବି.ନିରୁପମା
ହେଇଟି କହ୍ନେଇ ଆସିଲା,
ଦରଜାରେ ମୁହଁ ଦିଶିଲା-
ମୁରୁକି ମୁରୁକି ହସିଲା,
ଅଣ୍ଟାରେ ଗାମୁଛା ଖୋସିଲା;
ସଖାମେଳେ ମିଶି, ଲୁଚିଛପି ଆସି-
ଲଳିତାର ଘରେ ପଶିଲା ॥୦॥
ଦେଖିଦେଲା ବୋଲି ଜଟିଳା ମାଉସୀ,
ତା’ ଘରକୁ ଆଉ ପାରିଲାନି ପଶି ।
ତରତର ହୋଇ ପଳାଇଲା ଖସି
ମିଛେ ଖୁଉଁ ଖୁଉଁ କାଶିଲା ॥୧॥
ହେଇଟି କହ୍ନେଇ ଆସିଲା,
ଦରଜାରେ ମୁହଁ ଦିଶିଲା…
କେଡ଼େ ଛନ୍ଦ ଇଏ ଜାଣିଛି ଲୋ ସହି,
କହିଲେ ତା’ ଗୁଣ ରାତି ଯିବ ପାହି ।
ତଥାପି କେମିତି ମନ ନିଏ ମୋହି
କି ଗୁଣ ଆ’ ପାଶେ ଦିଶିଲା ॥୨॥
ହେଇଟି କହ୍ନେଇ ଆସିଲା,
ଦରଜାରେ ମୁହଁ ଦିଶିଲା-
ମୁରୁକି ମୁରୁକି ହସିଲା,
ଅଣ୍ଟାରେ ଗାମୁଛା ଖୋସିଲା,
ସଖାମେଳେ ମିଶି, ଲୁଚିଛପି ଆସି
ଲଳିତାର ଘରେ ପଶିଲା
ହେଇଟି କହ୍ନେଇ ଆସିଲା…।
ମାମୁରିଆ, ଛେଣ୍ଡିପଦା, ଅନୁଗୋଳ
