ଶ୍ରାବଣର ମଧୁଶାଳା – ତପନ ଦୀକ୍ଷିତ (ବେଳାଭୂମି)

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଝିପି ଝିପି ସୁରେ କୋଳାହଳ ଥିବ 
            ଶ୍ରାବଣର ମଧୁଶାଳେ
ତୁମେ ଆସୁଥିବ ନୂପୁର ନଚାଇ
          ଭିଜା ଭିଜା ସଞ୍ଜବେଳେ,

ଘନ କେଶେ ତୁମ ଢେଉ ଭାଙ୍ଗୁଥିବ
          ଉମଙ୍ଗେ  ସେ ଘନ ରଙ୍ଗ
ଅଙ୍ଗେ ଅଙ୍ଗେ ଥିବ ଅନଙ୍ଗ  ଜ୍ୱାଳା ମୋ 
             ସପନେ  ଶତ ତରଙ୍ଗ,

କେଳି କଦମ୍ବର  ବାସ ଖେଳୁଥିବ   
              ରହି ରହି ମଳୟରେ
ଋତୁ  ଢ଼ାଳୁଥିବ  ବର୍ଷାର  ମଦିରା
            ତୁମ ନାମ ପିଆଲାରେ।।

ତପନ ଦୀକ୍ଷିତ (ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ