ମେଂ.. ଏ.. ଏ – ରଞ୍ଜନ କୁମାର ବ୍ରହ୍ମା
ସକାଳୁ ଯେବେ ମୁଁ ସ୍କୁଲକୁ ଯାଏ
ଛେଳି ମନ୍ଦା ଦେଖି ଖୁସି ମୁଁ ହୁଏ ।
ସାଙ୍ଗସାଥୀ ମେଳେ ବୁଲି ଯାଆନ୍ତି
ମାଲିକ କଥାକୁ କାନେଇ ଥା’ନ୍ତି ।
ସବୁଜ ଧରା ତା’ ଅତି ନିଜର
ସବୁଜ ମନରେ କରେ ନିଜର ।
ବଡ଼ ଉପକାରୀ ଏ ଛାଗ ଜାତି
ପାଳକ ମାନଙ୍କ ବଡ଼ ସମ୍ପତ୍ତି ।
ପାଖକୁ ଆସି ସେ ବେକକୁ ଘଷେ
ପିଲି ଲାଙ୍ଗୁଡକୁ ହଲାଇ ହସେ ।
ତା ହସରେ ଯିଏ ହସି ପାରିବ
ହାସ୍ୟ ଶିରୋମଣି ବୋଲଇ ହେବ ।
ଚିକିଟୀ ଗଡ଼, ଗଞ୍ଜାମ
ଫୋନ୍ ନଂ – 9437858788

ଶିଶୁ ମାନଙ୍କ ହୃଦୟକୁ ଏକଦମ ଛୁଇଁଲା ଭଳି କବିତାଟିଏ
ନମସ୍କାର । ପାଠକୀୟ ସ୍ୱୀକୃତି ଦେଇଥିବାରୁ ମୁଁ ଆପଣଙ୍କ ନିକଟରେ ରୁଣୀ ।