ସ୍ମୃତିର ଗନ୍ତାଘର – ଡଃ ମାଙ୍ଗଳିକା ମହାପାତ୍ର
ବହୁଦିନ ପରେ ଆଜି
ତୁମ ସହ ଦେଖା ହେଲା
ତୁମେ ମୋ ପାଖରେ ବସିଲ
ୟାଡୁ ସାଡୁ ବହୁତ୍ କଥା ଗପିଲ
ନା’ ମୋ ମନ ଭାବକୁ ଜାଣିଲ
ନା’ ମୋ ଅଧିରତାକୁ ମାପିଲ ..!!!
ଭାବିଥିଲି ତୁମେ କଥାରେ
କହିବ ପୁରୁଣା ସ୍ମୃତି ସବୁକୁ
ସାଂସାରିକ ବାଧା ବନ୍ଧନ
କେମିତି ଦୂରେଇ ଦେଲା ଆମକୁ
ଜାଣେନା କେମିତି କେଜାଣି
ମୋ ମନକୁ ପାରିଲନି ଜାଣି
ଥିଲି କେବେ ହୃଦୟର ରାଣୀ
ସେ କଥାକୁ ଭୁଲି ଯେ ପାରିନି
ପୁରୁଣା ସମ୍ପର୍କରେ
ପ୍ରତ୍ୟାଶା ନ ଥିଲା
ଦେବା ନେବାରେ…
ଏବେ ସଂସାର ଜଞ୍ଜାଳରେ
ପୁରୁଣା ସ୍ମୃତିର ଫେଣ୍ଟା ଫେଣ୍ଟିରେ
ଆନ୍ତରିକ, ଅନ୍ତରଙ୍ଗ ଭାବନାରେ
ପୁରୁଣା ସ୍ୱପ୍ନ, ବିଶ୍ଵାସ, ଆଶଙ୍କାରେ
ଭଲପାଇବା ଅଛି ପାଖା ପାଖି ରେ
ଜଣେ ଜଣକୁ ବୁଝୁଛି ନୀରବତାରେ
ଡଃ ମାଙ୍ଗଳିକା ମହାପାତ୍ର
ରେଭେନସା ବିଶ୍ୱବିଦ୍ୟାଳୟ

ବହୁତ ସୁନ୍ଦର