କହଲୋ ସାଧବବୋହୂ – ବି. ନିରୁପମା

ଲେଖକ ପରିଚୟ

ବି.ନିରୁପମା
ମାମୁରିଆ, ଛେଣ୍ଡିପଦା, ଅନୁଗୋଳ | ସଦ୍ୟ ପୋଷ୍ଟ

ସାଧବବୋହୂ ଲୋ ସାଧବବୋହୂ,
ତରତର ହୋଇ କେଣିକି ଯାଉ-
ଆ’..ଆ ଲୋ ବସିବା ମିତ;
ତୁ କହିବୁ ମୋତେ କାହାଣୀ ଗୋଟିଏ
ମୁଁ ଶୁଣାଇବି ଗୀତ ।

ଶୁଣାଇବୁ ସେଇ ଅତୀତ କଥା,
ସାଧବ ପୁଅର କୀରତି ଗାଥା-
ଜାଭା, ସୁମାତ୍ରା ସେ ଯାଇ;
ପରତେ ନୋହୁଛି, ବୋଇତେ କେମିତି
ଆଣୁଥିଲା ଧନ ବୋହି ।

ବତାଇବୁ ପୁଣି ସେଇ କଥାଟି,
କି ମହାନ ଥିଲା କଳିଙ୍ଗ ମାଟି-
କହିବୁ ସେ କାଳ କଥା;
ଓଡ଼ିଆ ପୁଅଟି ଗରବେ କେମିତି
ଚାଲୁଥିଲା ଟେକି ମଥା ।

ଶରଧାରେ ଯେବେ ଶୁଣିବୁ ବସି,
ନାନାବାୟା ଗୀତ ଗାଇବି ହସି-
କରିବୁନି ମନ ଊଣା;
ଏଇ ରାଇଜର ଟେକ ରଖିବୁ ଲୋ
ଯେତେ ସବୁ କୁନା ମୀନା।

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
1 କମେଣ୍ଟ
ପୁରୁଣା କମେଣ୍ଟ
ନୂଆ କମେଣ୍ଟ କ୍ରିୟାଶୀଳ କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ
ଲକ୍ଷ୍ମୀନାରାୟଣ ପଟ୍ଟନାୟକ
ବଣମଲ୍ଲୀ ପାଠକ

ଓଡ଼ିଶାର ବୈଭବଶାଳୀ ଅତୀତ ଆପଣଙ୍କ କବିତାରେ ବେଶ ପରିପୁଷ୍ଟ