ଯୋଗ୍ୟ ସୂତ ଏ ମାଟିର – ଘନଶ୍ୟାମ ସାହୁ

ଲେଖକ ପରିଚୟ

ଘନଶ୍ୟାମ ସାହୁ
ଆଠମଲ୍ଲିକ ରୋଡ, ବଇଣ୍ଡା, ଅନୁଗୋଳ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ରଙ୍ଗାଜୀବ ତୁମେ କବି ଗଙ୍ଗାଧର
ଓଡ଼ିଆ ଭାଷା ଗୈାରବ
ବାସସ୍ଥାନ ତୁମ ପୁଣ୍ୟ ବରପାଲି
ଉତ୍କଳ ମାଟି ବିଭବ ।
ତନ୍ତୁବାୟ କୁଳେ ଜନମ ତୁମର
ତନ୍ତ କଳାରେ ନିପୁଣ
ନିଜ ବୃତ୍ତି କେବେ ଭୁଲି ନାହଁ ତୁମେ
ତା ସାଥେ ଜ୍ଞାନ ଅର୍ଜନ ।
ବିଦ୍ୟାଳୟ ପଢ଼ା ସ୍ୱଳ୍ପ ହେଲେ ମଧ୍ୟ
ଘରେ କରି ଅଧ୍ୟୟନ
ସ୍ୱଦେଶୀ ବିଦେଶୀ କାବ୍ୟ ଶାସ୍ତ୍ର ପଢ଼ି
ଲାଭ କଲ କେତେ ଜ୍ଞାନ ।
କାବ୍ୟ କବିତା ର ଗଢିଲ କୋଣାର୍କ
ନିଜସ୍ଵ ଭଙ୍ଗୀରେ ତୁମେ
ପ୍ରକୃତିକୁ କଲ କାବ୍ୟ ରେ ଜୀବନ୍ତ
ନାୟକ ନାୟିକା ନାମେ ।
ପ୍ରଣୟ ବଲ୍ଲରୀ ରସ ରତ୍ନାକର
କୀଚକବଧ ପଦ୍ମିନୀ
ଅଯୋଧ୍ୟା ଦୃଶ୍ୟ ଉତ୍କଳ ଲକ୍ଷ୍ମୀ
ଇନ୍ଦୁମତୀ ତପସ୍ୱିନୀ ।
କାବ୍ୟର ସମ୍ଭାର ଦେଲ ଉପହାର
ତା ସହ କବିତା ରାଜି
ସମୃଦ୍ଧ କରିଛି ଆମ ମାତୃଭାଷା
ମନରୁ ନହେବ ହେଜି ।
ଜନ୍ମ ଜୟନ୍ତୀ ରେ ମନେ ପଡ ଆଜି
ଯୋଗ୍ୟସୂତ ଏ ମାଟି ର
ପ୍ରେରଣା ରେ ତୁମ ସମୃଦ୍ଧ ହେଉ
ଆମ ଭାଷା ସଂସ୍କୃତି ର ।

ଘନଶ୍ୟାମ ସାହୁ
ଆଠମଲ୍ଲିକ ରୋଡ଼, ବଇଣ୍ଡା, ଜିଲ୍ଲା-ଅନୁଗୋଳ,
ମୋବାଇଲ୍ ନମ୍ବର୍-୭୯୭୮୦୫୭୬୯୫


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ