ସମ୍ଭାବନାର ନାଁ ପ୍ରତିଶ୍ରୁତି – ଗୋପାଳ ଚନ୍ଦ୍ର ସାଓ

ଲେଖକ ପରିଚୟ

ଗୋପାଳ ଚନ୍ଦ୍ର ସାଓ
ବିକେସି, କଲୋନୀ, ବାରିପଦା, ମୟୂରଭଞ୍ଜ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ସେତିକି ସେବା ନାହିଁ ବୋଲି ତ
ଲୋକ ଲଗେଇ ଏବେ ଗଢୁଛ ଭିଡ଼
ସାଇତି ରଖୁଛ ନିରୀହ ଚେହେରା
ଫାଙ୍କା ଜୀନ୍ଦବାଦ ଶବ୍ଦ
ଆଉ କିଛି ମିଛ ଲୋକପ୍ରିୟତା…

ଦେହ ଯାକ ମଇଳା ମାଖି
ପିନ୍ଧିଛ ଧଳା ଫର ଫର
ସାଲୁଆର ପଞ୍ଜାବୀ
ସହରରୁ ନେଇଆସିଛ
ଗାଡି ଭିତରେ ପୁରୁଣା ଡର
କିଛି ସ୍ୱାର୍ଥ ଛଳନା ଆଉ ମିଛ ସାହସ…

ପୁରୁଣା ପୃଷ୍ଠା କୁ ଓଲଟାଇ ଦେଖ
ଫିକା ପଡିଯାଇଛି ଯେତେ ପ୍ରତିଶ୍ରୁତି
ଚହଟୁଛି ଖାଲି ଦୁଃଖ କଷ୍ଟ
ଥକି ଯାଇଛି ଏ ଆଖି
ନୂତନ ସମ୍ଭାବନା ର ପ୍ରତିକ୍ଷାରେ…

ପୁଣି ଥରେ ଗାଁରେ ଭିଡ଼
ମନଗଢା କାହାଣୀ
ଗୋଟେ ସୁଯୋଗର ଅଳି
ଏଇତ ଚାଲିଗଲେ ହରି ମଉସା
ବାତ୍ୟା ଯାକ ଭିଜା କାନ୍ଥ ମାଟି ଖାଇ
ନା ଘର ନା ଭତ୍ତା ନା ପଲିଥିନ୍
ଅସହାୟ କାନ୍ଦେ ଆଖିଦଳି

ଦେଖ କଂକ୍ରିଟ ରାସ୍ତାରେ ଘାସ
ଖଟରେ ଯାଉଛି ରୋଗୀ
ପ୍ରରିଶ୍ରମ ହେଉଛି ଖତ
ଆରପାରି ଯିବାକୁ ମନା କରୁଛି ପୋଲ
ପାଇଖାନାରେ ଶୋଉଛି ଭବିଷ୍ୟତ…

ପୁଣି ଗୋଟେ ଦୁଃଖ
ଯାହାର ନାଁ କୁଆଡେ ଜୱାଦ
କିଏ କହେ ଫେରିଯିବ ସିଏ
ଗଭୀର ଅବପାତ ହୋଇ
ହେଲେ ସତର୍କ ରହିବା ଭାଇ
ଆମରି ହାତ ଆମରି ଭାତ
ମାଗିବା କାହାକୁ କାହିଁ…?

-ଗୋପାଳ ଚନ୍ଦ୍ର ସାଓ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ