ଜୀବନ ଯନ୍ତ୍ରଣା – ଡଃ ଶରତ କୁମାର ଚଉଁରୀ

ଲେଖକ ପରିଚୟ

ଡକ୍ଟର ଶରତ କୁମାର ଚଉଁରୀ
ଟିଚର୍ସ କଲୋନୀ, ପିପିଲି, ପୁରୀ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଜୀବନ ଯନ୍ତ୍ରଣା କେବେ ହେବ ଉଣା
ଜାଣିଛନ୍ତି ଦୟାମୟ,
ଜୀବଟି ସନ୍ତାପେ ନିଃଶବ୍ଦେ ବିଳପେ
ହାଏରେ ଜୀବନ ହାୟ ।
ଦୁଃଖ ଜର୍ଜରିତ ଜୀବନ ଚରିତ
ଅଦୃଶ୍ୟ ଅଲେଖା ପୋଥି,
ଶାନ୍ତିର କପୋତ କାନ୍ଦେ ଅବିରତ
କୃତଘ୍ଣ ବିଶ୍ଵସ୍ତ ସାଥୀ ।
ଅନିତ୍ୟ ଜୀବନ ଜୀବନ୍ତ ମରଣ
ଯନ୍ତ୍ରଣା ର ଗନ୍ତାଘର,
ପ୍ରଭୁ ପଦେ ଧ୍ୟାୟି ସୁକର୍ମ ନିର୍ବାହି
ନିଶ୍ଚେ ଲଭିବ ନିସ୍ତାର ।
ଏ ଜୀବନ ପଥ ଘଞ୍ଚ କଣ୍ଟକିତ
ବେସାହାରା ମରୁଭୂମି,
ଧୈର୍ଯ୍ୟ ଧରି ଚିତ୍ତେ ମଗ୍ନ ବିଶ୍ଵ ହିତେ
ସାହା ହେବେ ଅନ୍ତର୍ଯ୍ୟାମୀ ।
ଜୀବନ ଯନ୍ତ୍ରଣା ଦୁସ୍ତର ଗଞ୍ଜଣା
କୋପେ ଜୀବ ବ୍ୟତିବ୍ୟସ୍ତ,
କିଏ ସେ କହିବେ ଆୟୁ ନଭୁ କେବେ
ପ୍ରାଣ ସୂର୍ଯ୍ୟ ହେବେ ଅସ୍ତ ।

ଡ. ଶରତ କୁମାର ଚଉଁରୀ
ସଂ: ଶିଶୁ ଦରବାର
ଟିଚର୍ସ କଲୋନି, ପିପିଲି, ପୁରୀ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ