ସ୍ମୃତି – ଶ୍ୟାମା କିଙ୍କର ମହାନ୍ତି

ଲେଖକ ପରିଚୟ

ଶ୍ୟାମା କିଙ୍କର ମହାନ୍ତି
କୈବଲ୍ୟ କୁଟୀର, ଯମୁନା ରୋଡ, ମାର୍କଣ୍ଡେଶ୍ଵର ସାହି, ପୁରୀ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ସ୍ମୃତି ଗୋଟେ ଆବସର୍ଡ ଝିଅ
ଏକୁଟିଆ ଥିଲା ବେଳେ
ଭୁରୁ ଭୁରୁ ବାସ୍ନା ନେଇ ଦିନେ
ଚୁପ କିନା ଆସେ ତ
ଲାଗେ ନିହାତି ସୁନ୍ଦର

ଅଙ୍କୁରିତ ଇଛାଟିଏ
କାନେ କାନେ କହିଯାଏ
ଧରି ନିଅନ୍ତି କି ଛାତିତଳେ
ସବୁଦିନେ ଅପୂର୍ବ ଆବେଗେ
ଧେତ, ଭାରି ଚାଲୁ
ଖସିଯାଇ ହାତ ପାଆନ୍ତାରୁ
ଆଉଦିନେ ଆସେ ତ
ସିଏ ପୁଣି ଦିଶୁଥାଏ
ଭାରି ଭୟଙ୍କର

ମନର ନିବୁଜ ଦରଜାକୁ ଠେଲି
ଶତ ଶତ ଜ୍ବାଳା ଦେଇ ମୋତେ
କରେ ବଳାତ୍କାର

କେମିତି ଝିଅଟେ କେଜାଣି
କେବେ ବିମୁଗ୍ଧ କରେ ତ
କେବେ ଭଲ ହିଁ ଲାଗେନି


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
2 କମେଣ୍ଟ
ପୁରୁଣା କମେଣ୍ଟ
ନୂଆ କମେଣ୍ଟ କ୍ରିୟାଶୀଳ କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ
ଲକ୍ଷ୍ମୀନାରାୟଣ ପଟ୍ଟନାୟକ
ବଣମଲ୍ଲୀ ପାଠକ

ଅବସର ସମୟରେ ସ୍ମୃତିକୁ ଖୋଜ, ଆପେ ଆପେ ଧରାଦେଵ ସେ । ଖୋଜିବା ଅପେକ୍ଷା ଯେତେ ସାଉଁଟିବ ସେତେ ମଜା ଲାଗିବ । ଆଉ ସବୁବେଳେ ଭଲ ଲାଗିବ । ଟିକେ ବ୍ୟସ୍ତତାରୁ ବାହାରି ଆସ, ତା କ୍ରୁର ରୂପଟା ସରସତାରେ ଭରିଯିବ ।

ଶେଷ ସଂଶୋଧନ 9 ମାସ ପୂର୍ବରୁ by ଲକ୍ଷ୍ମୀନାରାୟଣ ପଟ୍ଟନାୟକ
ରଙ୍ଗନାଥ ରଥ
ବଣମଲ୍ଲୀ ପାଠକ
ରଙ୍ଗନାଥ ରଥ
9 ମାସ ପୂର୍ବରୁ

କବି ଶ୍ୟାମା କିଙ୍କର ମହାନ୍ତିଙ୍କ ସ୍ମୃତିର ଅପରୂପ ରୋମନ୍ଥନ। ସ୍ମୃତିକୁ ଶୋଧନ କରିବା ନିମନ୍ତେ ବିଧାତା ସୁନ୍ଦର ବିଶୋଧକଟିଏ ତା’ ସାଥିରେ ଖଞ୍ଜିଥା’ନ୍ତି; ତାହା ହେଲା ବିସ୍ମୃତି। ବେଳେବେଳେ କିଛିଟା ବିସ୍ମରଣ ହେବା ମଧ୍ୟ ଅତ୍ୟାବଶ୍ୟକ ହୋଇପଡ଼େ।
ଇଛାଟିଏ = ଇଚ୍ଛାଟିଏ