ଜଗା ଦର୍ଶନ – ସିଦ୍ଧେଶ୍ଵର ତ୍ରିପାଠୀ

ଲେଖକ ପରିଚୟ

ସିଦ୍ଧେଶ୍ଵର ତ୍ରିପାଠୀ
ଠିକଣା : କୁଣ୍ଡିଲୋ, କେରଙ୍ଗ, ଖୋରଧା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଶ୍ରୀକ୍ଷେତ୍ର ମଉଡମଣି କାଳିଆ ଠାକୁର
ନୀଳଗିରି କଟକରେ ଯାର ଶ୍ରୀମନ୍ଦୀର
ଫରଫର ଉଡେ ନେତ ନୀଳ ଚକରରେ
ମେଘନାଦ ଚାରିଦ୍ୱାର ଫିଟେ ପ୍ରଭାତରେ ।

ବଡଦାଣ୍ଡ ଶୋଭା ଦେଖି ଯିବା ଚାଲ ମନ
ଅରୁଣଙ୍କ ସାଥେ ହେବ ପହିଲି ଦର୍ଶନ
ବାଇଶି ପାହାଚ ପାଖେ ପତିତ ପାବନ
କଳ୍ପବଟ ମୁକ୍ତି ମଣ୍ଡପ ଦେଖିବ ନୟନ ।

ଗରୁଡ଼ ପଛରେ ଥାଇ ଜଗାକୁ ଦେଖିବା
ଚତୁର୍ଦ୍ଧା ମୂର୍ତ୍ତି ଦର୍ଶନେ ମୁକତି ଲଭିବା
ପାଇବା ଜଳ ତୁଳସୀ ଲଗାଇବା ଦୀପ
ଆନନ୍ଦ ବଜାରେ ବୁଲି ଛଡ଼ାଇବା ପାପ ।

ବିମଳା କମଳା ବାରଭାଇ ହନୁମାନ
ବିଶ୍ୱନାଥ ରଘୁନାଥ କରିବା ଦର୍ଶନ
କହେ ସିଦ୍ଧେଶ୍ବର ଧନ୍ୟ ହୋଇବ ଜୀବନ
ପାଇଗଲେ ଥରେ ଧନ ଜଗା ଦରଶନ ।

ସିଦ୍ଧେଶ୍ବର ତ୍ରିପାଠୀ
କବିର ଘର, କୁଣ୍ଡିଲୋ କେରଙ୍ଗ ଖୋର୍ଦ୍ଧା
7008315040/8018646704


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
4 କମେଣ୍ଟ
ପୁରୁଣା କମେଣ୍ଟ
ନୂଆ କମେଣ୍ଟ କ୍ରିୟାଶୀଳ କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ
ରଙ୍ଗନାଥ ରଥ
ବଣମଲ୍ଲୀ ପାଠକ
ରଙ୍ଗନାଥ ରଥ
9 ମାସ ପୂର୍ବରୁ

ଅତି ସରଳ ଭାଷାରେ ଅନ୍ତରରୁ ଭାବପୂର୍ଣ୍ଣ ଭକ୍ତି ନିବେଦନ କରିଛନ୍ତି ଯୁବକବି ଶ୍ରୀମାନ୍ ସିଦ୍ଧେଶ୍ଵର। “ନିରାଶ୍ରୟୋ ମାଂ ଜଗଦୀଶରକ୍ଷ” – ପ୍ରଭୁ ଶ୍ରୀ ଜଗନ୍ନାଥ ଏ ସଂସାରର ପ୍ରତ୍ୟେକ ଜୀବଙ୍କଠାରୁ ଗୋଟିଏ କଥା ଆଶା କରନ୍ତି; ତାହା ହେଲା ଅନାବିଳ ପ୍ରେମ ଓ ନିଃସ୍ୱାର୍ଥ ଆତ୍ମସମର୍ପଣ ଭାବ। ଆପଣଙ୍କ କବିତାରେ ଏହା ପ୍ରତିଫଳିତ ହୋଇପାରିଛି। ଧନ୍ୟବାଦ।
ଶ୍ରୀମନ୍ଦୀର = ଶ୍ରୀମନ୍ଦିର

ସିଦ୍ଧେଶ୍ବର ତ୍ରିପାଠୀ
ବଣମଲ୍ଲୀ ପାଠକ
ସିଦ୍ଧେଶ୍ବର ତ୍ରିପାଠୀ
9 ମାସ ପୂର୍ବରୁ
ଉତ୍ତର ଦିଅନ୍ତୁ  ରଙ୍ଗନାଥ ରଥ

ଆନ୍ତରିକ ଧନ୍ୟବାଦ ସାର୍
ଜୟ ଜଗନ୍ନାଥ ସ୍ୱାମୀ

ଲକ୍ଷ୍ମୀନାରାୟଣ ପଟ୍ଟନାୟକ
ବଣମଲ୍ଲୀ ପାଠକ
ଲକ୍ଷ୍ମୀନାରାୟଣ ପଟ୍ଟନାୟକ
9 ମାସ ପୂର୍ବରୁ

ସୁନ୍ଦର ଭକ୍ତି ନିବେଦନ

ସିଦ୍ଧେଶ୍ବର ତ୍ରିପାଠୀ
ବଣମଲ୍ଲୀ ପାଠକ
ସିଦ୍ଧେଶ୍ବର ତ୍ରିପାଠୀ
9 ମାସ ପୂର୍ବରୁ

ଆନ୍ତରିକ ଧନ୍ୟବାଦ ସାର୍
ଜୟ ଜଗନ୍ନାଥ ସ୍ୱାମୀ