ବଦଳୁଥିବା ବସା – ଶ୍ୟାମା କିଙ୍କର ମହାନ୍ତି

ଲେଖକ ପରିଚୟ

ଶ୍ୟାମା କିଙ୍କର ମହାନ୍ତି
କୈବଲ୍ୟ କୁଟୀର, ଯମୁନା ରୋଡ, ମାର୍କଣ୍ଡେଶ୍ଵର ସାହି, ପୁରୀ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ନୂଆ ଫ୍ଲାଟରେ ପହଂଚି
ପହିଲେ ଯିଏ ଦେଖାହେଲେ
ସେମାନେ ହେଲେ ପାରା
ବାଲକୋନିର ଏସି ଉପରେ
ଗୁଟୁରୁ ଗୁ ଗୁଟୁରୁ ଗୁ
ତ୍ରସ୍ତ ଚାହାଣି ବ୍ୟତିବ୍ୟସ୍ତ ପାଦରେ
ଦେଖିଲେ ଆମକୁ
ତାଙ୍କ ନିରୀହ ଆଖିରେ

ନ ଶୁଭିଲେ ନ ବୁଝିହେଲେ ବି
ଜାଣିହେଲା
ସେମାନେ କଥା ହେଲେ
ଚାଲ ଲୋ ସଜନୀ
ଏବେ ବସା ବଦଳେଇବା…

ବସା ବଦଳେଇବା କଷ୍ଟ
ଆମଠାରୁ ସେମାନେ ହୁଏତ
ବେଶି ଭୋଗିଛନ୍ତି
ବେଶି ସହିଛନ୍ତି
ହେଇ ତ…
ଟୁକୁରା ଟୁକୁରା କାଠିକୁଟାକୁ
ସାମ୍ନା ଖାଲିଫ୍ଲାଟର ବାଲକୋନିକୁ
ଥରକୁ ଥର
ବୋହିବା ଆରମ୍ଭିଛନ୍ତି

ମୋ ପୁଅ କହୁଛି
ରଖିବା ଆମ ସାଥିରେ
ପାରା ମାନଙ୍କୁ
ଆଉ…ସେଇ ଯୋଉ କୁନିପାରା
ସେମାନଙ୍କ ପୁଅ କି କଣ
ଖୁସିରେ ତା ଚଂଚୁ ଘଷୁଛି
ଝରକା ରେଲିଂରେ
ହୁଏତ କହୁଛି
ଚାଲ ଉଡିଯିବା ନୂଆ ବସାକୁ….


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ