ଦେବୀ – ଶ୍ୟାମା କିଙ୍କର ମହାନ୍ତି

ଲେଖକ ପରିଚୟ

ଶ୍ୟାମା କିଙ୍କର ମହାନ୍ତି
କୈବଲ୍ୟ କୁଟୀର, ଯମୁନା ରୋଡ, ମାର୍କଣ୍ଡେଶ୍ଵର ସାହି, ପୁରୀ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଏଠି ଝକମକ ଆଲୁଅରେ
ମଣ୍ଡପରେ ଯାହାକୁ ଦେଖୁଛ
ସିଏ କଣ ଦେବୀ
ନା , ତାଙ୍କ ମୂର୍ତ୍ତି ?

ଅବଶ୍ୟ ନେଇପାର ତୁମେ ମୋବାଇଲରେ
ତାଙ୍କ ସହ ଛବି
ତାଙ୍କୁ ନେଇ ଲେଖିପାର କିଛି
ହେ ମୋର କବି

ଏବେ ଆସ ଗାଁକୁ ଯିବା ,
ଦେଖିବା
ରକ୍ତଚାପ, ମଧୁମେହକୁ ଅଣ୍ଟିରେ ପୁରେଇ
ଦେବୀ ବାଟୁଛନ୍ତି ବିରି
କାହିଁକି ନା
ବୋହୂକୁ ଭଲଲାଗେ ଚକୁଳି
ଖରାପ ହୋଇଆସୁଥିବା କିଡନୀ କୁ ବୋହି
ନଗି ଧରି ବାଡ଼ିରେ ଉଭା ଦେବୀ
କାହିଁକି ନା
ନାତିକୁ ଭଲ ଲାଗେ ପିଜୁଳି…..


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ