ବିଷ ଅମୃତ – ବିରଞ୍ଚି ନାରାୟଣ ପ୍ରସାଦ ନାୟକ

ଲେଖକ ପରିଚୟ

ବିରଞ୍ଚି ନାରାୟଣ ପ୍ରସାଦ ନାୟକ
କବି କୁଟୀର, ନାଚୁଣୀ, ଖୋର୍ଦ୍ଧା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଅଲୋଡା ଲୋଡନ୍ତି ଲୋଡାକୁ ଫେଡନ୍ତି
ଏତ ବୀପରିତ ନୀତି
ବିଷକୁ ପିଅନ୍ତି ଅମୃତ ଢାଳନ୍ତି
ଆମ ଏ ମଣିଷ ଜାତି
ଅମୃତ ଭାଣ୍ଡକୁ ବୁଲି ବୁଲି ବିକେ
ଦ୍ବାରେ ଦ୍ବାରେ ଦିଏ ଯାଇ
ବିଷ ବିକିବାକୁ ବୁଲା ପଡେ ନାହିଁ
ତା ପାଶେ ଆସନ୍ତି ଧାଇଁ
ଅମୃତରେ ପାଣି ଟିକେ ମିଶିଗଲେ
ଗାଳି ଶୁଣେ ଦେବା ଲୋକ
ବିଷରେ ତ ପାଣି ନ ମିଶିବା ଯାଏଁ
ପେଗ୍ ବନେ ନାହିଁ ଠିକ
ଅମୃତ ବାଲାକୁ ପଇସା ମିଳେନି
ମାସ ନ ସରିବା ଯାଏଁ
କାଉଁଟରେ ଆଗ ଧନ ନ ଥୋଇଲେ
ଵିଷ ତ ମିଳେନା ହାଏ
ଭିଟାମିନ୍ ଦିଏ ଜୀବନ ବଞ୍ଚାଏ
ତା ମୂଲ ବୁଝୁଛି କିଏ
ଜୀବନ ଯେ ନିଏ ସଂସାର ଉଜାଡେ
ତାକୁ ଆଗ ଖୋଜା ହୁଏ
ଡାକ୍ତର କହନ୍ତି ଦୁର୍ବଳ ଶରୀର
କ୍ଷୀର ପାଏ ପିଅ ନିତି
ପଇସା ଅଭାବ କାରଣ ଦେଖାଇ
ଚାଲି ଯାଏ ବାଟ କାଟି
ଡାକ୍ତର କହନ୍ତି ହାଆର୍ଟ ଉଇକି
ମଦ ଜମା ପିଅ ନାହିଁ
ଏକାନେ ପୁରେଇ ସେକାନ ଛାଡଇ
ମଦ ଭାଟି ଯାଏ ଧାଇଁ
ବିଷକୁ ଅମୃତ ଅମୃତକୁ ବିଷ
ଏ ଭାବ ଦୂରେଇ ଦିଅ
ଅମୃତ ସନ୍ତାନ ଅମୃତକୁ ପାନ
କରି ଦୀର୍ଘଜୀବୀ ହୁଅ

ବିରଞ୍ଚି ନାରାୟଣ ପ୍ରସାଦ ନାୟକ
କବି କୁଟୀର, ନାଚୁଣୀ,ଖୋର୍ଦ୍ଧା


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ