ନିଖୋଜ ଈଶ୍ୱର – ପଞ୍ଚାନନ ବେହେରା

ଲେଖକ ପରିଚୟ

ପଞ୍ଚାନନ ବେହେରା
ଦଶପଲ୍ଲା, ନୟାଗଡ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଚାଲ ପିଟିସନ୍ ଲେଖିବା
ଈଶ୍ୱର ନିଖୋଜ—-
ମନ୍ଦିର ବେଢା଼ଠୁଁ—
ମୁଖଶାଳା, ପାଟ ଅଗଣା, ଗମ୍ଭୀରା
କାଇଁ, କେଉଁଠି ନାହାନ୍ତି ତ !
ଉଦ୍ୟାନର ଦୁବ ଘାସଠାରୁ
ଫୁଲ,ଫଳ,ପତ୍ର….
ସମସ୍ତେ ତ ଶୁଷ୍କ ମନା
ଟ୍ରେନ୍ ବଗି, ବସ୍ ପଛ,
ପାର୍କ,ରେସ୍ତୋରାଁ,
ସାଇନ୍ ବୋର୍ଡ଼,ବହି ମଲାଟ
ତନ୍ନତନ୍ନ କରି
ସବୁଠି ଖୋଜା ଜାରି ରହିଛି ।
ଅନୁଭବି ହଉନି
ପୂଜା ପାର୍ବଣ କି ଯାନିଯାତ୍ରା ।
ନାହିଁ ଗହଗହ କି ମହମହ
ଏବେ ତ ଯାହା ଦେଖୁଛୁ
ଖାଲି କାଷ୍ଠ, ପାଷାଣ
କି ରଙ୍ଗ ତୁଳୀର ଶରୀରଟିଏ ।
ନାହିଁ ସେ ଆଭା…. ନାହିଁ ସେ ତେଜ ।
ଯାହାର ଇଙ୍ଗିତରେ
ସାରା ଦୁନିଆ ନାଚୁଥିଲା
ଆଜି ତା ପାଦରେ ଘୁଙ୍ଗୁର
ସାରା ଜଗତକୁ ଯେ
ପଡ଼ି ବାଣ୍ଟୁଥାଏ
ଆଜି ତା ପାଇଁ ଆହାରରେ ଅବ୍ୟବସ୍ଥା
ଯାହାର ଇଚ୍ଛାରେ ଏ ସାରା ସୃଷ୍ଟି
ଆଜି ସେ ଆଉ କା’ ଇଛାରେ ।
ଆଉ କ’ଣ କରିଥାନ୍ତେ ଯେ….
ଥାଇ ନଥିବାର ଲୁଚକାଳି ଖେଳରେ
ସତେ କ’ଣ ସେ ଉଭାନ ହୋଇଗଲେ?
ଅଭିମାନ ?
ଇର୍ଷା ??
ରାଗ ???
ନା ଛପିଛପି ସାଜୁଛନ୍ତି
ପ୍ରଳୟଙ୍କରୀ କଳ୍କୀ ରୂପ ???????
ସନ୍ଦେହ ଜାଗେ….
ଚାଲ ପିଟିସନ୍ ଲେଖିବା
ଈଶ୍ୱର ନିଖୋଜ ।

ପଞ୍ଚାନନ ବେହେରା, ଦଶପଲ୍ଲା


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ