ମୋ ପ୍ରିୟା ରୁଷିଚି ଭାରି – ତାରାପ୍ରସାଦ ଜେନା

ଲେଖକ ପରିଚୟ

ତାରାପ୍ରସାଦ ଜେନା
ରଣପୁର, ନୟାଗଡ, ଓଡିଶା | ସଦ୍ୟ ପୋଷ୍ଟ

Read More

ଛବି ସୁନ୍ଦରିଆ ନାରୀ ହୋଇଗଲା
ମୋ ପ୍ରିୟା ରୁଷିଚି ଭାରି
ବେଣୀ ଗଜରାରୁ ଫୁଲ ଛିଣ୍ଡେଇଲା
ମୋ ପ୍ରିୟା ରୁଷିଚି ଭାରି । ୦ ।

ଆଖି କଳା ଲାଞ୍ଜି ଗାଲେ ଲେସିଦେଲା
ବିବର୍ଣ୍ଣା ମୁହଁକୁ କରି
ଓଠ ତଳ ରଙ୍ଗେ ପାଣି ଛାଟିଦେଲା
ମୋ ପ୍ରିୟା ରୁଷିଚି ଭାରି । ୧ ।

ଲୋଚା କୋଚା ଶାଢ଼ୀ ଅଣ୍ଟା ଗୁଡ଼େଇଲା
କଚାଡ଼ି ଚାଲୁଛି ଘୂରି
କାମଦାମ ଯାହା ଅଧା ପଡ଼ିଗଲା
ମୋ ପ୍ରିୟା ରୁଷିଚି ଭାରି । ୨ ।

ଖିଆପିଆ ନାହିଁ ଶେଯେ ଗଡୁଥିଲା
ବଦନ ହାଣ୍ଡିଟା ପରି
ଗୁଣୁ ଗୁଣୁ ହୋଇ କ’ଣ କହୁଥିଲା
ମୋ ପ୍ରିୟା ରୁଷିଚି ଭାରି । ୩ ।

ମନ ସୁନ୍ଦରୀଟା ମନ ମାରିଦେଲା
ଚଳେଇ ହେଉନି ଠାରି
ତାର ଖିଆଲକୁ ‘ତାରା’ ଫସିଗଲା
ମୋ ପ୍ରିୟା ରୁଷିଚି ଭାରି । ୪ ।

ସା.- ରଣପୁର (ଗୋଡ଼ିପାଟଣା ସାହି),
ଡାକ- ରାଜ ରଣପୁର, ଜିଲ୍ଲା- ନୟାଗଡ଼,
ପିନ୍-୭୫୨୦୨୬, ଓଡ଼ିଶା


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ