ହେ କରୁଣାବତାର – ଘନଶ୍ୟାମ ସାହୁ
ସାଇବାବା ହେ କରୁଛି ନିତି ମୁଁ ତୁମର ଧ୍ୟାନ
କେବେ ଆସିବ ସେହି ସୁଦିନ ହେବ ଦରଶନ ।।୦ ।
ଯିବି ମୁଁହି ସିରିଡ଼ି ରେଳଗାଡ଼ି ରେ ଚଢି
ନିରାପଦେ ଯାଉଥିବ ଗଡ଼ି
କରୁଥିବି ମୁଁ ତୁମ ଭଜନ ।।୧।
ତୁମ ନାମକୁ ଗାଇ ଯିବି ଦ୍ଵାରକାମାଈ
ଧୁନି ଜଳୁଥିବ ନିରନ୍ତର
ଦେଖି ଧନ୍ୟ ହେବ ମୋ ଜୀବନ ।।୨।
ଦେଖା ଦେଇ ସପନେ ନିଅ ତୁମ ଚରଣେ
ଚିନ୍ତା ନଥିବ ପଥଶ୍ରମର
ରହିବନି ଜମା ବାଧାବିଘ୍ନ ।।୩।
ହେ କରୁଣାବତାର ପ୍ରଭୁ ଗୁରୁ ଈଶ୍ୱର
ବାରେ ଦୁଃଖ ମୋର କର ଦୂର
କରୁଥିବି ତୁମ ଜୟଗାନ ।।୪ ।
ଘନଶ୍ୟାମ ସାହୁ
ଆଠମଲ୍ଲିକ ରୋଡ଼, ବଇଣ୍ଡା, ଜିଲ୍ଲା-ଅନୁଗୋଳ,
ମୋବାଇଲ୍ ନମ୍ବର୍ – ୭୯୭୮୦୫୭୬୯୫
