ସହରର ବତୀ ଲିଭିଗଲା ପରେ – ଭାରତୀ ସାହୁ

ଲେଖକ ପରିଚୟ

ଭାରତୀ ସାହୁ
ଯୁନିଦା ପାଟଣା, ଦଶରଥ ପୁର, ଯାଜପୁର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ସହରର ବତୀ ଲିଭିଗଲା ପରେ
ବସି ଜହ୍ନ ଆଲୁଅରେ
ହୃଦୟର କିଛି ଅକୁହା କଥାକୁ
ଲେଖିଦେଲି ମୁଁ ଚିଠିରେ ।

ଥରଟେ ପଢିବ ହାତଲେଖା ଚିଠି
ଜାଣିବ ମନର କଥା
ତୁମକୁ ମୁଁ କେତେ ପାଉଅଛି ଭଲ
ବୁଝିବ ହୃଦୟ ବ୍ୟଥା ।

ଛଳନା କରିଲ ମୋ ସାଥେ କାହିଁକି
ଭାବୁଛି ସେ କଥା ବସି
ତୁମ ପାଇଁ ଆଜି ଦୁନିଆ ଆଗରେ
ହୋଇଗଲି ସାଥୀ ଦୋଷୀ ।

କେତେ ପ୍ରତିଶୃତି ଦେଇଥିଲ ମୋତେ
ସବୁକି ଗଲଣି ଭୁଲି
ମୁଁ କିନ୍ତୁ ତୁମକୁ ପାରୁନାହିଁ ଭୁଲି
ସେକଥା ଲେଖିଛି ଖୋଲି ।

ଅନୁରୋଧ ମୋର ଥରଟେ ପଢିବ
ହାତଲେଖା ଚିଠି ମୋର
ଯଦି ମୋ ମଥାରେ ସିନ୍ଦୂର ନଦେବ
ହେବିନି ଆଉ କାହାର ।

ତୁମ ବାଟ ଚାହିଁ ରହିଛି ମୁଁ ସାଥୀ
କରିବ ଥରଟେ ଦେଖା
ତୁମ ପାଇଁ ମୋର ଜାଣ ପ୍ରିୟତମ
ଏଇ ମୋର ଶେଷ ଲେଖା ।

ଏ ଜନମେ ଯଦି ନହୋଇବ ମୋର
ସବୁ କିଛି ଭୁଲିଯାଇ
ଚାଲିଯିବି ସାଥୀ ମଶାଣି ଭୂଇଁକୁ
ଜଳିବ(ତୁମ)ପ୍ରିୟାର ଯୁଇ ।

ଭାରତୀ ସାହୁ, ଯୁନିଦାପାଟଣା, ଦଶରଥପୁର, ଯାଜପୁର


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
1 କମେଣ୍ଟ
ପୁରୁଣା କମେଣ୍ଟ
ନୂଆ କମେଣ୍ଟ କ୍ରିୟାଶୀଳ କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ
ଦୀପକ କୁମାର bal
ବଣମଲ୍ଲୀ ପାଠକ
ଦୀପକ କୁମାର bal
4 ମାସ ପୂର୍ବରୁ

ବହୁତ ସୁନ୍ଦର ଏବଂ ଭାବଗର୍ବକ ଲେଖା ଭଉଣୀ l ସାରସ୍ୱତ ଶୁଭେଚ୍ଛା ଓ ଅଭିନନ୍ଦନ l ଜୟ ମା ବିରଜା