ଅଢେଇ ଦିନର ଖେଳ – ପରମାନନ୍ଦ ତ୍ରିପାଠୀ

ଲେଖକ ପରିଚୟ

ପରମାନନ୍ଦ ତ୍ରିପାଠୀ
ବିଦୁ, ବାହାନଗା, ବାଲେଶ୍ଵର | ସଦ୍ୟ ପୋଷ୍ଟ

ମାଟି ପିଣ୍ଡ ଦିନେ ମାଟିରେ ମିଶିବ
ପୁତ୍ର ଦାରା ସୁତା ଛାଡ଼ି
ଅଢେଇ ଦିନର ଖେଳ ଏ ସଂସାରେ
ବିଅର୍ଥେ ଛାଡନ୍ତି ରଡି
ସବୁ ମୋର ମୋର କହି
ଆଖି ବୁଜିଗଲେ ଅସାର ସଂସାରେ
ପଡି ରହେ ଥେଣ୍ଟ ପାଇଁ ।୧।
ନାହିଁ ବଡ ସାନ ବିଚାର ଏ ପୁରେ
ବିଚାର କରତା ଜଣେ
ଧର୍ମ ଦଣ୍ଡି ଧରି ବିଚାର କରନ୍ତି
କର୍ମ ଫଳ ପ୍ରତିକ୍ଷଣେ
ଲୁଚି ପାରିବନି କେହି
ଏ ମାୟା ସଂସାରେ କେହି ନୁହେଁ କା’ର
ପଦ୍ମ ପତ୍ରେ ଜଳ ପରି।୨।
ପଙ୍କରୁ ପଙ୍କଜ ଗୋଲାପ କଣ୍ଟାରୁ
ବଣମଲ୍ଲୀ ବନେ ଫୁଟେ
ଗଙ୍ଗ ଶିଉଳିଟି ଦୁଇ ଦଣ୍ଡ ପାଇଁ
ତାପରେ ଭୂଇଁରେ ଲୋଟେ
ମହତେ ମହତାଶ୍ରୟ
ଏଠି ବଇକୁଣ୍ଠ ନରକ ବି ଏଠି
ସୁଖ ଶାନ୍ତି ନିରାମୟ ।୩ ।

ବିଦୁ, ବାହାନଗା, ବାଲେଶ୍ଵର


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
1 କମେଣ୍ଟ
ପୁରୁଣା କମେଣ୍ଟ
ନୂଆ କମେଣ୍ଟ କ୍ରିୟାଶୀଳ କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ
ରଙ୍ଗନାଥ ରଥ
ବଣମଲ୍ଲୀ ପାଠକ
ରଙ୍ଗନାଥ ରଥ
9 ମାସ ପୂର୍ବରୁ

ସଂସାରର ଅଳିକତା ସହିତ ବିଭୁପଦ ଚିନ୍ତନର ଅପୂର୍ବ ସମନ୍ଵୟ। ସୁନ୍ଦର ଅବତାରଣା।