ମୁଁ ରାସ୍ତା କହୁଛି – ତ୍ରିଲୋଚନ ଦାସ

ଲେଖକ ପରିଚୟ

ତ୍ରିଲୋଚନ ଦାସ
ଶ୍ରୀବିହାର, ଖୋରଧା, ଓଡିଶା | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ସାଇତି ରଖିଛି ଅନେକ ସ୍ମୃତିକୁ
ଏଇ ମୋର ହୃଦୟରେ
ମିଶାଣ ଫେଡାଣ ଗୁଣନ ହରଣ
କଷିଛି ମୋ ବୁକୁ ପରେ… ॥୦॥

ଯୋଡିଛି ହୃଦୟ ଆନ ହୃଦୟରେ
ମନରେ ମିଶାଇ ମନ
ଦେଖିଅଛି ମୁଁ ଯେ କେତେ ବାଟୋଇର
ସ୍ମୃତିଭରା ପାଦ ଚିହ୍ନ
ଜନମ ମରଣ ଦୁଇଗୋଟି ବିନ୍ଦୁ
ଯୋଡିଅଛି ମୋ ଦେହରେ… ॥୧॥
ସାଇତି ରଖିଛି……….

ପାଲିଙ୍କି ସବାରି କେତେ ମୁଁ ଦେଖିଛି
ମୋ’ ଦେହକୁ ଯା’ନ୍ତି ଛୁଇଁ
ବନ୍ଧନକୁ କାଟି ଉଠିଛି କୋକେଇ
ଲୁହର ଶ୍ରାବଣ ଦେଇ
ତୃଷ୍ଣାର ତୃଷ୍ଣାକୁ କ୍ଷୁଧାର କ୍ଷୁଧାକୁ
ପରଖିଛି ମୋ’ ଛାତିରେ… ॥୨॥
ସାଇତି ରଖିଛି……….

One Reply to “ମୁଁ ରାସ୍ତା କହୁଛି – ତ୍ରିଲୋଚନ ଦାସ”

  1. ଚମତ୍କାର କବିତା

Leave a Reply

Your email address will not be published. Required fields are marked *