ପବିତ୍ର ସ୍ମରଣେ – ଘନଶ୍ୟାମ ସାହୁ

ଲେଖକ ପରିଚୟ

ଘନଶ୍ୟାମ ସାହୁ
ଆଠମଲ୍ଲିକ ରୋଡ, ବଇଣ୍ଡା, ଅନୁଗୋଳ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ପଙ୍କ ରୁ ପଙ୍କଜ ଜାତ ହେଲା ପରି
ଅଖ୍ୟାତ ପଲ୍ଲୀ ରେ ଜନ୍ମ ହୋଇ
ସ୍ୱର୍ଣ୍ଣାକ୍ଷରେ କୀର୍ତ୍ତି ରଖି ଦେଇ ଗଲ
ଧନ୍ୟ ହେଲା ତୁମ ଗାଆଁ ଭୂଇଁ ।
ଜିଲ୍ଲା ଢେ଼ଙ୍କାନାଳ ଗ୍ରାମ ପୋଇପାଳ
ଚଷା ପରିବାର ପୁଅ ହୋଇ
ସେବା ତ୍ୟାଗ ନିଷ୍ଠା ଆଦର୍ଶ ପ୍ରତୀକ
ପବିତ୍ର ବାବୁ ର ନାମ ନେଇ ।
ଶାନ୍ତି ଭରତଙ୍କ ‌ କୋଳ ପୂର୍ଣ୍ଣ କରି
ପୂର୍ଣ୍ଣିମା ର ଚାନ୍ଦ ଥିଲ ତୁମେ
କିଏ ଜାଣିଥିଲା ସେଇ ଶିଶୁ ଦିନେ
ଖ୍ୟାତି ଅରଜିବ ଦେଶ କାମେ ।
କ୍ରୁର ଶାସକ ର ଅତ୍ଯାଚାର ଦାଉ
ବିରୋଧରେ କଲ ପ୍ରତିବାଦ
ନୀରିହ ଜନତା କରି ଏକତ୍ରିତ
କଲ ଆନ୍ଦୋଳନ ହିଜାରତ ।
କାରାବାସ ସିନା ବରି ନେଲ ତୁମେ
ସ୦ଗ୍ରାମକୁ କଲ ଚିର ସାଥୀ
କଉଶଳେ ଖସି ହୋଇ ଛଦ୍ମବେଶୀ
ସ୍ୱାଧୀନତା ପାଇଁ ଗଲ ମାତି ।
ଆଦର୍ଶ ତୁମର ନେତାଜୀ ବାବୁଜୀ
ଗାନ୍ଧୀ ଗୋପବନ୍ଧୁ ଡାକରା ରେ
ଇଂରେଜ ଶାସନ ବିରୋଧରେ ଲଢି
ପ୍ରତିବାଦ କଲ ଦୃଢ଼ ସ୍ୱରେ ।
ସ୍ୱାଧୀନ ଭାରତ ରାଜ୍ୟ ଓଡ଼ିଶାର
ନାନା ବିଭାଗର ମନ୍ତ୍ରୀ ହୋଇ
ଉନ୍ନତି ମୂଳକ କାର୍ଯ୍ୟ କରି ତୁମେ
ପ୍ରଗତି ର ରଥ ନେଲ ବାହି ।
ଉପ ମୂଖ୍ୟମନ୍ତ୍ରୀ ପଦବୀ ପାଇ ବି
ତିଳେ ମାତ୍ର ଗର୍ବ ନାହିଁ ମନେ
ଜାତି ଦେଶ ପାଇଁ ସମର୍ପିତ ପ୍ରାଣ
ବିତିଲା ଦିନ ଜନ କଲ୍ଯାଣେ ।
ପୃଷ୍ଠା ଖୋଲିଦେଇ କଲେ ନୀରିକ୍ଷଣ
ଉତ୍କଳର ଜାତି ଇତିହାସେ
ତୁମରି କୀରତି ‌‌ ସେବା ତ୍ୟାଗ ଆଦି
ଅଲିଭା ଅକ୍ଷରେ ଆଜି ଭାଷେ ।

ଘନଶ୍ୟାମ ସାହୁ
ସହ ସମ୍ପାଦକ – ତ୍ରିଧାରା ସାହିତ୍ୟ ସଂସଦ,
ବଇଣ୍ଡା , ଜିଲ୍ଲା-ଅନୁଗୋଳ
ମୋବାଇଲ୍ ନମ୍ବର୍ — ୭୯୭୮୦୫୭୬୯୫


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ