ଆହ୍ୱାନ – ରଞ୍ଜନ କୁମାର ବ୍ରହ୍ମା
ଆକାଶୁ ଖସିଲା ଜ୍ୟୋତି ପିଣ୍ଡୁଳାଟି
ଶିଳା ସମ ହୃଦ ଶୋକରେ ଲୋଟେ ।
ନ ହୋଇ ଜର୍ଜର ଥୟ ରଖ ବୀର
ଧର ମଙ୍ଗ ସେନା ଦେଶର ହିତେ ।।
ସହିଦ ଯେ ପ୍ରାଣ ନିଜ ମାଆ କୋଳେ
ପୁଣ୍ୟର ଫଳ ଲଭିଛି ସେହି ।
ମାତା ଶିର ଉଚ୍ଚା ସଦା ରହିଥିଲେ
ଜନ୍ମ ଜାତ ସୁଖ ସଦା ମିଳଇ ।।
କ୍ଷଣ ଦୁଃଖ ଦୂରେ ରୁହ ସହୋଦରେ
ଏକା ନୁହଁ ତୁମେ ଏକତ୍ର ଅଛ ।
ସିଂହବଳ ନେଇ ଯାଅ ସୀମା ଠେଇଁ
ଅଖଣ୍ଡତା ଶାନ୍ତି ଏକତା ରଖ ।।
ଚିକିଟୀ ଗଡ଼, ଗଞ୍ଜାମ
ଫୋନ୍ ନଂ – 8249486455
