ଧୂଆଁର କର ପ୍ରତିକାର – ନରୋତ୍ତମ ବେହେରା
ହେ ସରକାର, ଧୂଆଁର କର ପ୍ରତିକାର
ଦେଶର ରାଜଧାନୀ
ଦିଲ୍ଲୀରେ ଜ୍ଞାନୀ ଧନୀ
ରହନ୍ତି କର୍ମ ଘେନି
ସୁରକ୍ଷା ତା’ର ଦରକାର ll୨ll
ପାଖରେ କାରଖାନା,
ବଢେ ଧୂମ ଯାତନା
ପିଲାଙ୍କୁ ସ୍କୁଲ ମନା
କାହିଁ ଦେଶର ଉପକାର ll୧ll
ଅଫିସ ବହୁ ଦୂର
ବଢେ ଗାଡିମଟର
ଧୂଆଁ ଛାଡ଼ି ପ୍ରଚୁର
ଜୀବନ କରେ ଛାରଖାର ll୩ ll
ନଗର ଠାରୁ ଦୂରେ
କମ୍ପାନୀ ଖୋଲ ଖରେ
ବୃକ୍ଷ ଲଗା ସେଠାରେ
କମିବ ନିଶ୍ଚେ ଧୂଆଁଭାର ll୪ ll
ପାଖେ ଦିଅ ଚାକିରି
ଯିବେ ସାଇକେଲ୍ ଧରି
ଶବ୍ଦ ଧୂଆଁ ବିହରି
ବାୟୁ ହୋଇବ ପରିଷ୍କାର ll୫ ll
ତେଲ ଯାନକୁ ଛାଡ଼ି
ବ୍ଯାଟେରୀ ଲଗା ଗାଡି
ବେଗି ବି ଯାଏ ଗଡ଼ି
ବାଧ୍ୟରେ କର ବ୍ୟବହାର ll୬ ll

ବିଜ୍ଞାନର ପ୍ରଗତିରେ ଆମେ ଅନେକ କିଛି ସୁବିଧା ହାସଲ କରିଛେ ସତ, କିନ୍ତୁ ପରୋକ୍ଷରେ ଏକ ଅବଶ୍ୟମ୍ଭାବୀ ଧ୍ବଂସକୁ ବି ସ୍ୱାଗତ କରୁଛେ ଏହା ନିଃସନ୍ଦେହ । ଗ୍ଲୋବାଲ ୱାର୍ମିଙ୍ଗ ବଢି ବଢି ଚାଲିଛି । କୃଷି ଓ ସବୁଜତା ଲୋପ ପାଉଛି । ଜଙ୍ଗଲ କାଟି ସହର ଅଟ୍ଟାଳିକା ଗଢି ଉଠୁଛି । ଧୀରେ ଧୀରେ ଓଜନ ସ୍ତର ନଷ୍ଟ ହୋଇ ବାୟୁମଣ୍ଡଳ ଉତ୍ତପ୍ତ ଓ ଦୁଷିତ ହୋଇଚାଲିଛି । ଋତୁଚକ୍ର ରେ ଆଜି ସନ୍ତୁଳନ ନାହିଁ । ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି । ତାମଧ୍ୟରେ ଗାଡି ଓ କଳକାରଖାନାରୁ ନିର୍ଗତ କାର୍ବନ ଡାଇଏକ୍ସାଇଡ଼ ମଧ୍ୟ ଏକ ପ୍ରମୁଖ କାରଣ । ସତରେ ଯଦି ଏହି ଦିଗରେ ଆମେ ଯତ୍ନବାନ ନହେବା ତେବେ ଆମ ସୃଷ୍ଟି ଏମିତି ଅକାଳରେ ଧ୍ୱଂସ ପାଇଯିବ । ଏଭଳି ସ୍ଥିତିରେ ଆପଣଙ୍କର ଏହି କବିତା ମଧ୍ୟରେ ଏକ ମୂଲ୍ୟବାନ ସନ୍ଦେଶ ଲୁଚି ରହିଛି ସମଗ୍ର ବିଶ୍ୱ ପାଇଁ । ଧନ୍ୟବାଦ କବି ।