ଅବସାଦ ଯାଉ ମୋର – ବି. ନିରୁପମା
ଲେଖକ ପରିଚୟ

ବି.ନିରୁପମା
ଆଉ କେତେଦିନ ତୁମରି ପ୍ରତୀକ୍ଷା
କରିବି ହେ ମନଚୋର,
ହାତ ପାଆନ୍ତାରେ ଧରାଦିଅ ବାରେ
ଅବସାଦ ଯାଉ ମୋର ।
ଦିନ,ମାସ,ବର୍ଷ କେତେ ଯେ ଗଲାଣି,
ଆଖିପାଣି ମୋର ଆଖିରେ ମଲାଣି;
ତୁମବାଟ ଚାହିଁ କଣ୍ଟା ମୁଁ ହେଲିଣି
ଦୁଃଖ ଭୋଗିଲିଣି ଘୋର ।(୧)
ହାତ ପାଆନ୍ତାରେ ଧରାଦିଅ ବାରେ
ଅବସାଦ ଯାଉ ମୋର ।
ଥରୁଟିଏ ଯଦି ତୁମକୁ ପାଆନ୍ତି,
ମୁନିଜନ ଲୋଭା-ଶୋଭାକୁ ଚାହାଁନ୍ତି;
ମନକଥା ସବୁ ଖୋଲି ମୁଁ କହନ୍ତି
ଭୁଲନ୍ତି ଯାତନା ଘୋର ।(୨)
ହାତ ପାଆନ୍ତାରେ ଧରାଦିଅ ବାରେ
ଅବସାଦ ଯାଉ ମୋର ।
ଆଉ କେତେଦିନ ତୁମରି ପ୍ରତୀକ୍ଷା
କରିବି ହେ ମନଚୋର,
ହାତ ପାଆନ୍ତାରେ ଧରାଦିଅ ବାରେ
ଅବସାଦ ଯାଉ ମୋର ।
ମାମୁରିଆ, ଛେଣ୍ଡିପଦା, ଅନୁଗୋଳ
