ବିବାହ ବନ୍ଧନ – ସୁନନ୍ଦା ମହାନ୍ତି

ଲେଖକ ପରିଚୟ

ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ, ପୁରୀ | ସଦ୍ୟ ପୋଷ୍ଟ

ବନ୍ଧନ ସେ ସ୍ବର୍ଗୀୟ
ଶାଶ୍ୱତ ନିର୍ମଳ ପବିତ୍ର
ଦୁଇ ମନ ପ୍ରାଣ ଏକତ୍ରିତ
ସ୍ୱାଗତ ଓ ସ୍ବୀକାରୋକ୍ତି ପ୍ରଣୋଦିତ
ସ୍ନେହ ମମତା ରଜ୍ଜୁରେ ଶୃଙ୍ଖଳିତ
ଦୁଇ ପରିବାର ସମ୍ବେଦନର ମିଳନ
ଆବଦ୍ଧରେ କର୍ତ୍ତବ୍ୟ କର୍ମ ମହୀୟାନ
ଚୁଲି ହାଣ୍ଡି ଥିଲେ ଥାଉ ନଥାଉ
ସାତଜନ୍ମ ର ଏ ବନ୍ଧନ
ମନ ଓ ହୃଦୟ ବାସେ ଚନ୍ଦନ ଚନ୍ଦନ
ପରସ୍ପର ପରସ୍ପରର ପରିପୂରକ
ଶାନ୍ତି ଉପବନ ଆଳୟେ ସତ୍ୟ ସନାତନ
ମନୋମାଳିନ୍ୟ ମତାନ୍ତର ଯାଏ
ମନାନ୍ତର କେବେ ଵି ନଥାଏ
ଜୀବନରେ ଯେତେ ଆସୁ ଝଡ଼ ଝଞ୍ଜା
ସହମତିରେ ଜଣେ ରାଣୀ ଜଣେ ରାଜା
ଦୁଇ କୂଳର ହିତ ହୋଇ ଦୁହେଁ
ସଂସାର ଡ଼ଙ୍ଗା ବାହିନିଏ
ବେଦୀରେ ହୋମ ନିଆଁ ସାକ୍ଷୀ ରଖି
ସାଜନ୍ତି ବର କନ୍ୟା ଦୁଇ ପ୍ରେମ ପକ୍ଷୀ
ସମ୍ମତି ସମ୍ମାନ ଆଣେ ଦିଏ ମନ ଯୋଖି
ବିବାହ ପୂର୍ବ ସ୍ଥିରୀକୃତ ବୋଲି ଜାଣି
ମାନିନେଲେ ଗଙ୍ଗା ଯମୁନା ଉଜାଣି
ଏ ବନ୍ଧନ ସାତରଙ୍ଗେ ସାତଋତୁ ନେଇ
ପରମ୍ପରା ସଂସ୍କୃତି ନାମ ଦେଇ ନା ଚାଲୁଥାଇ
ସିନ୍ଦୁର ଟୋପାଏ ଦୁଇପଟ ଶଙ୍ଖା
ଧନ୍ୟ ନାରୀ ବାହେ ସଂସାର ଚରଖା
ପୁରୁଷ ର ଅନୁଗାମିନୀ ହୋଇ
ବିବାହ ବନ୍ଧନ ମର୍ଯ୍ୟାଦା ରଖାଇ
ପୁରୁଷ ବଳ ବୀର୍ଯ୍ୟ କର୍ମଠ ରହି
ବନ୍ଧନ ଶିଥିଳ ହେବାକୁ ନଦେଇ
ଆଗପଛ ହୋଇ ଚାଲୁଥାଆନ୍ତି ଦୁହେଁ
ବିବାହ ବନ୍ଧନ ଆଗକୁ ସୁଦୃଢ କରାଏ
ଅତୁଟ ଏ ସାଂସାରିକ ରଜ୍ଜୁ ର ଦୃଢ ବନ୍ଧନ
ନିବିଡ଼ତାବଢେ ନଥାଏ ଦହନ ବା ଅନୁଶୋଚନ
ହେ ପରମ କର୍ତ୍ତା ତୁମରି ଏପରି ବୀଜ ବପନ
ରକ୍ଷାକର ସର୍ବେ ସଂସାରେ ଭଜୁଥାନ୍ତୁ ତୁମ ଦିବ୍ୟ ଜ୍ଞାନ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
1 କମେଣ୍ଟ
ପୁରୁଣା କମେଣ୍ଟ
ନୂଆ କମେଣ୍ଟ କ୍ରିୟାଶୀଳ କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ
ରଙ୍ଗନାଥ ରଥ
ବଣମଲ୍ଲୀ ପାଠକ
ରଙ୍ଗନାଥ ରଥ
11 ମାସ ପୂର୍ବରୁ

ବିବାହ ସାଂସାରିକ ସାଧାରଣ ବନ୍ଧନରୁ ଯେ କେତେ ଊର୍ଦ୍ଧ୍ଵରେ ରହି ବିଭୁପ୍ରେମ ପ୍ରୟାସୀ ଥାଏ; ଏହା କବିତାଟିରୁ ସ୍ପଷ୍ଟ। କବୟିତ୍ରୀଙ୍କୁ ଧନ୍ୟବାଦ।
ସିନ୍ଦୁର = ସିନ୍ଦୂର