ଦେଏଖେ ଲୋ ବୋଉ – ବି.ନିରୁପମା

ଲେଖକ ପରିଚୟ

ବି.ନିରୁପମା
ମାମୁରିଆ, ଛେଣ୍ଡିପଦା, ଅନୁଗୋଳ | ସଦ୍ୟ ପୋଷ୍ଟ

ଦେଏଖେ ଲୋ ବୋଉ ଠେକୁଆ ଛୁଆ ,
ହୋଇଅଛି ଭାରି କଉତୁକିଆ ।
ଧଳା ଚକ ଚକ ରଙ୍ଗଟି ତା’ର ,
ଆଖି ଦୁଇଗୋଟି ଭାରି ସୁନ୍ଦର ।
ଡେଉଁଥିଲା ଏଠି ଖୁପୁରୁ ଖୁପୁ ,
ଧରି ପକାଇଲି ଚୁଉପୁ ଚୁପୁ ।
ତୁଳା ଭଳି ଭାରି ନରମ ଦେହ ,
ବୁଲୁଥିଲା ଏଠି ତା’ ମାଆ ସହ ।
ଶୁଭଲକ୍ଷ୍ମୀ ଘର ପୋଷା ଜୀଵ ଏ ,
ଫଳ,ମୂଳ-ପନିପରିବା ଖାଏ ।
ତାଙ୍କ ଘରେ ୟାଙ୍କୁ ପାଆନ୍ତି ଭଲ ,
ଦେଖାହେଲେ ଆମେ କରୁ ବି ଗେଲ ।
ଆଜି ଆସିଛି ସେ ଏଣିକି ବୁଲି ,
ଦେଖାହେଲା ଯେଣୁ ଧରି ମୁଁ ନେଲି ।
ଫଳ ଆଣିଦେଏ ଖୋଇବି ତାକୁ ,
ଛାଡ଼ିଦେବି ପରେ ଯିବ ଘରକୁ ।
ମାମୁରିଆ, ଛେଣ୍ଡିପଦା, ଅନୁଗୋଳ ।

HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ