ନାଉରୀଆରେ – ଘନଶ୍ୟାମ ସାହୁ
ନାଉରୀଆ ରେ ………
ବାରେ ହୁଅ ମୋ ସାହା
ପାରି ହେବି ବୋଲି ଏ ଭବ ସାଗର
ଆଶ୍ରୟ କରିଛି ତୋ ଚଉବାହା ।।୦।
ମିଛ ମାୟା ଜାଲେ ହୋଇଛି ବନ୍ଦୀ
ପରିବାର ପାଇଁ ହୁଏ ମୁଁ ଧନ୍ଦି
ହୁଏ ଛାଟିପିଟି ପାରେ ନାହିଁ ଫିଟି
ମୋହ ବିଜଡ଼ିତ ଏ ମୋର କାୟା ।। ୧ ।
ଜୀବନ ଜଞ୍ଜାଳ ବିଷମ ସ୍ଥିତି
ଯେମିତି ବି ହେଉ ଯାଉଛି ବିତି
ତୋ ନାମ ସୁମରି ଦିନ ଯାଏ ସରି
ହେଲେ ମୁକୁଳିବି ନ ପାଏ ରାହା ।।୨ ।
ପସରା ମେଲାଇ ଅସରା ଲୁହେ
ଜୀବନ ହାଟରେ ଅନାଇ ରହେ
ସରିଯିବ ହାଟ ଯିବି ତୋ ନିକଟ
ଭବ ବନ୍ଧନର ତୁଟାଇ ମାୟା ।।୩।
ଆଠମଲ୍ଲିକ ରୋଡ଼, ବଇଣ୍ଡା, ଜିଲ୍ଲା-ଅନୁଗୋଳ,
ମୋବାଇଲ୍ ନମ୍ବର୍ – ୭୯୭୮୦୫୭୬୯୫
