ଶିଶୁ କବିତା – ଝିଅଲୋ ମନେ ରଖିବୁ – ଡଃ ଶରତ କୁମାର ଚଉଁରୀ

ଲେଖକ ପରିଚୟ

ଡକ୍ଟର ଶରତ କୁମାର ଚଉଁରୀ
ଟିଚର୍ସ କଲୋନୀ, ପିପିଲି, ପୁରୀ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଝିଅଲୋ ମନେ ରଖିବୁ
ଦୁଇ କୁଳ ହିତା ତେଣୁ ତୁ ଦୁହିତା
ଦୁଇ କୁଳ ହିତେ କର୍ମ କରିବୁ
କୁଳର ମାନ ରଖିବୁ ।
ଝି ଅଲୋ ମନେ ରଖିବୁ
କୌଣସି କାମରେ ବାହାରକୁ ଗଲେ
ମାଆ ଓ ବାପାଙ୍କୁ କହିକି ଯିବୁ
କଦାପି ଭୁଲି ନ ଯିବୁ।
ଝି ଅଲୋ ମନେ ରଖିବୁ
ଜନନୀ,ଭଗିନୀ ଜାୟା ତିନି ରୂପେ
ତୋହର କର୍ତ୍ତବ୍ୟ ତୁ ନିଭାଇବୁ
ଠିକଣା ବେଳେ କରିବୁ।
ଝି ଅଲୋ ମନେ ରଖିବୁ
ଗୁଣରେ କର୍ମରେ ଶାସ୍ତ୍ର ବିଚାରରେ
ବିଧି ଅନୁଯାୟୀ କର୍ମ କରିବୁ
ସାବିତ୍ରୀ ପରାଏ ହେବୁ।
ଝି ଅଲୋ ମନେ ରଖିବୁ
ନାରୀ ଶବ୍ଦ ଅର୍ଥ ନ ଅରି ଯଥାର୍ଥ
ବସୁଧା ସମାନ ସବୁ ସହିବୁ
କାହାକୁ ଦୁଃଖ ନ ଦେବୁ।
ଝି ଅଲୋ ମନେ ରଖିବୁ
ଗୁରୁ ଗୁରୁଜନ ଉପଦେଶ ମାନ
ମାନିକି ସମାଜେ ସଦା ଚଳିବୁ
ସତରେ ସୁକନ୍ୟା ହେବୁ
ଏକଥା ମନେ ରଖିବୁ।

ଡଃ ଶରତ କୁମାର ଚଉଁରୀ
ସଂ: ଶିଶୁ ଦରବାର
ଟିଚର୍ସ କଲୋନି, ପିପିଲି, ପୁରୀ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ