ଅଣୁଗଳ୍ପ – ପରିସ୍ଥିତି – ସୁନନ୍ଦା ମହାନ୍ତି

ଲେଖକ ପରିଚୟ

ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ, ପୁରୀ | ସଦ୍ୟ ପୋଷ୍ଟ

ଝରକା ସେପଟେ କଣ ଦେଖୁଥିଲେ ସୁକାନ୍ତି, କିନ୍ତୁ ଆଖିରୁ ଲୁହ ଧାର ଧାର । ତାଙ୍କୁ ହଲେଇ ଦେଇ ସୁଭଦ୍ରା କହିଲେ କାନ୍ଦୁଛ କାହିଁକି ଭଉଣୀ ? ସୁକାନ୍ତି ଙ୍କ କୋହଭରା କଣ୍ଠରୁ କେବଳ ଦୁଇଟି ଶବ୍ଦ ଝିଅ.. ଝିଅ ଟିକେ ଆସନ୍ତା ନାହିଁ ମତେ ଦେଖିବାକୁ ? ସୁଭଦ୍ରା ଜାଣନ୍ତି ଏକମାତ୍ର ଝିଅ ସୁକାନ୍ତିଙ୍କର, ହେଲେ ଶାଶୁ ଶ୍ୱଶୁର, ସ୍ୱାମୀ ଙ୍କ କଥାରେ ଉଠବସ ହେଉଥିବା ଝିଅର କର୍ତ୍ତୃତ୍ୱ କୋଉ ଅଛି ମାଆ କୁ ଦେଖିଯିବାକୁ ! ତଥାପି ସୁକାନ୍ତି ଅବୁଝା ହୁଅନ୍ତି ଧାର ଧାର ଲୁହରେ ଭିଜାନ୍ତି ନିଜ ପଣତ । ଆଉ ଶୁଭ ମନାସନ୍ତି ଝିଅ ଭଲରେ ଥାଉ । ସୁଭଦ୍ରାଙ୍କୁ ଯେବେ ସୁକାନ୍ତି ପଚାରିବୁଝିଥିଲେ ତୁମେ ସ୍ୱାମୀ ସ୍ତ୍ରୀ ଏହି ବୃଦ୍ଧାଶ୍ରମକୁ କାହିଁ ଆସିଲ ? ଉତ୍ତର ଶୁଣି ସୁକାନ୍ତି ଚମକି ପଡ଼ିଥିଲେ । ନିଜେ ସ୍ଵଇଛାରେ ଘରଛାଡି ଏଠିକୁ ଆସିବା କଥାଟାକୁ ଠିକ ସେ ଗ୍ରହଣ କରିପାରୁନଥିଲେ ସୁକାନ୍ତି । କିନ୍ତୁ ସୁଭଦ୍ରା ବୁଝେଇଦେଇଥିଲେ ଆମ ପୁଅବୋହୁ ବି ବୃଦ୍ଧାବସ୍ଥା ର ପ୍ରଥମ ପାହାଚରେ । ଆଉ ଆମ ଦାଇତ୍ୱ ନେବା ସେମାନଙ୍କୁ ଵି କଷ୍ଟସାଧ୍ୟ । ତା ଛଡା ଆଜିକାଲି ଆମ ଦୁଇ ବୁଢା ବୁଢ଼ୀଙ୍କର ସ୍ମରଣ ଶକ୍ତି ହ୍ରାସ ଫଳରେ ନାତି ନାତୁଣୀ ପୁଅ ବୋହୁ ହଇରାଣ ହରକତ । ସେଥିପାଇଁ ନିଜେ ନିଷ୍ପତ୍ତି ନେଇ ଏଠିକୁ ଆସିଛୁ ଆମେ । ଏତିକିରେ ସୁକାନ୍ତି ଯେତିକି ଆଶ୍ଚର୍ଯ୍ୟ ହୋଇନଥିଲେ ସୁଭଦ୍ରାଙ୍କୁ ନେବାକୁ ଆସିଥିବା ପୁଅ ବୋହୁଙ୍କୁ ସିଧା ନାତି ବାହାଘରକୁ ଯିବାକୁ ମନା କରିଦେବା ଆହୁରି ଆଶ୍ଚର୍ଯ୍ୟ କରିଥିଲା ତାଙ୍କୁ । ସେଦିନ ଯେବେ ସୁକାନ୍ତିଙ୍କ ଝିଅ ପହଂଚି କହୁଥିଲା ସେ ଵି ମାଆ ସୁକାନ୍ତି ସହ ଏଇଠି ରହିବାକୁ ଚାହେଁ । ତେଣୁ ସୁକାନ୍ତି ଥରେ ସୁଭଦ୍ରାଙ୍କୁ ଅନେଇ ଝିଅକୁ ବୁଝେଇ ଫେରିଯିବାକୁ କହୁଥିଲେ । ଝିଅର ଲୁହ ଛଳ ଛଳ ଆଖିରେ ଆଖି ମିଶାଇ ସୁକାନ୍ତି ତାକୁ ବୁଝେଇବାକୁ ଚେଷ୍ଟା କରୁଥିଲେ କି ବ୍ୟସ୍ତ ନହେବା ପାଇଁ । ଘର ଟା ସେ ତା ନାମରେ ଲେଖିଦେଲେ ତାଙ୍କ ଦାଇତ୍ୱ ସରିବ, ତେଣୁ ତାକୁ ବୁଝେଇ କାଗଜ ପତ୍ର ଠିକ କରି ବାକୁ କହୁଥିଲେ ସୁକାନ୍ତି ।  ଯାହା ଫଳରେ ସ୍ୱାମୀ, ଶାଶୁ, ଶ୍ବଶୁର ତତେ ଆଉ ଅବହେଳା କରିପାରିବେ ନାହିଁ । ମାଆ, ମୋ ଧନ ତୁ ଘରକୁ ଫେରିଯା.. ଅଶ୍ରୁଳ ନୟନରେ ଝିଅ ତାଙ୍କର ଯିବା ପରେ ସୁକାନ୍ତିଙ୍କ ମୁଖ ମଣ୍ଡଳରେ ଯେଉଁ ଚମକ ଓ ଆଭା ଉକୁଟି ଉଠୁଥିଲା, ତାକୁ ଦେଖି ସୁଭଦ୍ରା ମୁରୁକି ମୁରୁକି ହସୁଥିଲେ ।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
1 କମେଣ୍ଟ
ପୁରୁଣା କମେଣ୍ଟ
ନୂଆ କମେଣ୍ଟ କ୍ରିୟାଶୀଳ କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ
ରଙ୍ଗନାଥ ରଥ
ବଣମଲ୍ଲୀ ପାଠକ
ରଙ୍ଗନାଥ ରଥ
24 ଦିନ ପୂର୍ବରୁ

ଅଣୁଗଳ୍ପଟିର ଅନ୍ତଃସ୍ଵର ଶାଣିତ। କିନ୍ତୁ ଆଉ ଟିକିଏ ବିଶ୍ଳେଷଣର ଆବଶ୍ୟକତା ରହିଥିବା ଭଳି ମନେହୁଏ।