ଜୀବନ ନଦୀର ତୀରେ – ସୁନନ୍ଦା ମହାନ୍ତି

ଲେଖକ ପରିଚୟ

ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ, ପୁରୀ | ସଦ୍ୟ ପୋଷ୍ଟ

ଜୀବନ ଏକ ନଦୀ ତୀରରେ ଦୁଃଖ ସୁଖ
କେତେ ଝଡ଼ ଝଞ୍ଜା ପୁଣି ସ୍ୱର୍ଗ ପରି ସୁଖ
ସ୍ନେହ ମମତା ପ୍ରୀତି ଭରା ଜୀବନ ତରୀ
ବାନ୍ଧି ରଖି ତାକୁ ବୁଣିବା ସ୍ବପ୍ନ ଅସୁମାରୀ
ଜୀବନ ନଦୀର ତୀରେ ଢେଉ ସାଜି ଆଶା
ବନ୍ଧୁ ସହଦୋର ସଖା ମଧ୍ୟେ ନହୋଇ ନିରାଶା
ଜୀବନ ନଦୀର ତୀରେ କପୋତ କପୋତୀ
ଛନ୍ଦେ ମନ୍ଦେ ଗନ୍ଧେ ନୀଡ଼ ସଜାଡୁଥାଆନ୍ତି
ଜୀବନ ନଦୀର ତୀରେ କେତେ ଯେ ନାଉରୀ
ସତ୍ୟ ଶାନ୍ତି ପ୍ରୀତି ମେୟିତ୍ରୀ ଧ୍ବଜା ପ୍ରସାରୀ
କେବେ ଝୁଣ୍ଟି ରକ୍ତାକ୍ତ କେବେ ଗଢି କୋଣାର୍କ
କେବେ ଵି ଆସକ୍ତ କେବେ ନିରାସକ୍ତ ଅନାସକ୍ତ
ଜୀବନ ନଦୀର ତୀରେ ଫଳନ୍ତି ବୃକ୍ଷରାଜି
ସାହା ଆହା ରାହା ହୋଇ ଫଳ ଫୁଲ ଭାରେ ଭାଜି
ଜୀବନ ନଦୀର ତୀରେ ଅନେକ କଳ୍ପନା କାହାଣୀ
କିଏ ବୁଣେ ସାରସ୍ୱତ ଗୀତ କବିତା ସାରଣୀ
ଜୀବନ ନଦୀର ତୀରେ ତାରା ଫୁଲ ପେନ୍ଥା ପେନ୍ଥା
ପୁରୁଷ ନାରୀ ପରିପୂରକରେ ସଂସାର ମାଳ ଗୁନ୍ଥା
ଜୀବନ ନଦୀର ତୀରେ ଅସରନ୍ତି ଆବେଗ ଉତ୍ସାହ
ସତ୍ୟ ଧର୍ମ ନ୍ୟାୟ ଶାନ୍ତି ରେ ବଢୁଥାଉ ସବୁରି ଆଗ୍ରହ
ଓଁ ପରବ୍ରହ୍ମ ନାମ ଧ୍ୟାୟି ଜୀବନ ନଦୀ ତୀରେ
କର୍ତ୍ତବ୍ୟ କର୍ମ କୁ ଆୟୁଧ କରି ସ୍ବପ୍ନ କୁ ସାକାରେ
ସେ ନଦୀର ଗଭୀରତା କଳିବାକୁ ଧର୍ଯ୍ୟ ସାହସ ଶକ୍ତି ରଖି
ଆଗେଇବା ଆଗଭରେ ଜୀବନ ନଦୀ ତୀରେ ଓଁ ଶାନ୍ତି ଲେଖି


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ