ଅତି ବଡି ଜଗନ୍ନାଥ ଦାସ – ବାସନ୍ତୀ ଲତା ଜେନା
ପୂଣ୍ୟ ଉତ୍କଳର ପୁରୀ ଧାମ ଜିଲ୍ଲା
କପିଳେଶ୍ଵର ଶାସନ
ଶୁକ୍ଳ ପକ୍ଷ ତିଥି ରାଧାଷ୍ଟମୀ ଦିନ
ଜନ୍ମିଲେ କୁଳ ନନ୍ଦନ l୧
ପିତା ଭଗବାନ ମାତା ପଦ୍ମାବତୀ
ଖୁସିରେ କଲେ ସ୍ୱାଗତ
ପୂର୍ଣ୍ଣିମାର ଚାନ୍ଦ ଦିବ୍ୟ ଜ୍ୟୋତି ଭାବ
ଶାନ୍ତ ନମ୍ର ଜଗନ୍ନାଥ l୨l
ପଞ୍ଚ ସଖା ମଧ୍ୟେ ନାମିତ ହୋଇଲେ
ଆବାହକ ଭକ୍ତି ଧ୍ୟାନ
ଓଡ଼ିଆ ଭାଷାର ସାଧକ ସେ ଥିଲେ
ପରଂବ୍ରହ୍ମ ପାଖେ ଧ୍ୟାନ l୩l
ବଟ ଗଣେଶଙ୍କ ନିକଟରେ ବସି
ଓଡ଼ିଆରେ ଭାଗବତ
ନଵାକ୍ଷରୀ ଛାନ୍ଦ କରିଲେ ରଚନା
ଘରେ ଘରେ ପରିଚିତ l୪l
ଶ୍ରୀଚୈତନ୍ୟ ଦେବ ଭକ୍ତି ଭାବେ ପ୍ରୀତ
ଅତି ବଡି ଡାକୁ ଥିଲେ
ଅତି ବଡି ଅର୍ଥ ସବୁ ଠାରୁ ବଡ଼
ଜଗନ୍ନାଥ ଭକ୍ତ ହେଲେ l୫l
ସଂସ୍କୃତ ଓଡ଼ିଆ କାବ୍ୟ କବିତାରେ
ପାରଙ୍ଗମ ହୋଇ ଛନ୍ତି
ପସନ୍ଦ ଦଳନ ଗଜ ନିସ୍ତାରଣ
ତୁଳା ଭିଣା ଧ୍ରୁବ ସ୍ତୁତି l୬l
ଓଡ଼ିଆ ଭାଷାର ମହାନ ସାଧକ
ପ୍ରେମ ସୁଧା ଭକ୍ତି ରସ
ଜଗନ୍ନାଥ ଠାରେ ମନ ପ୍ରାଣ ତାଙ୍କ
ଦର୍ଶନେ ନେତ୍ର ସନ୍ତୋଷ l୭l
ଗାନ୍ଧୀନଗର, ପୋଷ୍ଟ / ଜିଲ୍ଲା : ନବରଙ୍ଗପୁର

ସଂସ୍କୃତ କ୍ଳିଷ୍ଟତା କରି ପରିହାର
ଲେଖିଲ ଓଡି଼ଆ ଭାଷା ସୁମଧୁର।
ସରଳ ସୁନ୍ଦର ଗୀତେ ନବାକ୍ଷର
ଦେଇଗଲ ମାତୃପାଦେ ଉପହାର।
କାଳଜୟୀ କରି ରଖିଗଲ ଯଶ
ଜଗନ୍ନାଥ ଗୁଣ ଗାଏ ଇତିହାସ।