ବ୍ୟଙ୍ଗ କବିତା – ଏଇନେ – ରଞ୍ଜନ କୁମାର ବ୍ରହ୍ମା
ଧିରେ ପାଦ ରଖି ଆସ ମହାଲକ୍ଷ୍ମୀ
ମାର୍ବଲ୍ ଟାଇଲ୍ ସଜାଇ ଅଛି ।
ଦାନ୍ତି କବାଟକୁ ଦୁଆରରେ ରଖି
କ୍ଷୀର ପାଇଁ ଘର ଘର ବୁଲୁଛି ।।
ତୁମ ସୁଦୟାରେ ଫୁଟଇ ପଙ୍କଜ
ଗେଣ୍ଡୁ ଫୁଲ କଢି ନ ଫୁଟେ ଏଠି ।
ବାରି ଦାଣ୍ଡ ସବୁ ସିମେଣ୍ଟ ଚଟାଣ
ବାଧେ ମାଟି ଯେବେ ମାଡ଼େ ଗୋଇଠି ।।
ଶ୍ରୀୟା ଚଣ୍ଡାଳୁଣୀ ଚିତାରେ ଶରଧା
ଭକତିରେ ଗଲ ତା’ର ଘରକୁ ।
ମାଟି ପ୍ରତି ପ୍ରୀତି ସଂସ୍କାର ସଂସ୍କୃତି
ନ ରଖି ଚଣ୍ଡାଳ ପୂଜେ ବାଦକୁ ।।
ଭାବରେ ଶରଧା ତଵ ମନ ରହେ
ବୁଝାଇ କହିଛ ସ୍ୱ ପୁରାଣେରେ
ଝଡ଼ା ଠାରୁ ଫୁଙ୍କା ଅଧିକ ହେବାରୁ
ମିଳିବା ଜିନିଷ ରହୁଛି ଦୂରେ ।।
ଚିକିଟୀ ଗଡ଼, ଗଞ୍ଜାମ
ଫୋନ୍ ନଂ 9437858788

ଯୁଗୋପଯୋଗୀ ଶ୍ରୁତିମଧୁର ବ୍ୟଙ୍ଗ ରଚନା।
ସାରା ସହରଟା ବୁଲି ଆସିଲି,
ଗୋବର ଲେଣ୍ଡାଏ ନାହିଁ ପାଇଲି।
ନାହିଁ ଘାସ ଗାଈ ଖାଏ ପଲିଥିନ,
ନିରୁତା ଗୋବର ସାତ ସପନ।।