ଆଉ କେ’ ମାଆ ଡାକିବ – ସତ୍ୟବାଦୀ ସାହୁ

ଲେଖକ ପରିଚୟ

ସତ୍ୟବାଦୀ ସାହୁ
ଵଡଇଚ୍ଛାପୁର, ଜଟଣୀ, ଖୋରଧା | ଦୂରଭାଷ : ୯୪୩୭୨୮୭୨୮୦ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ସରକାର ଏଠି ସୁଶାସନ ଦିଏ
ଦୁଃଶାସନ ମାଳ ମାଳ
ଶାସନଗାଦି ହାତେଇବାକୁ ଲୋଡା
କଳ ବଳ କଉଶଳ ।
ନେତାଙ୍କ ଆଶ୍ରିତ ବାହୁବଳୀ ମାନେ
ସାଜୁଛନ୍ତି ଵ୍ୟଭିଚାରୀ
ତାଙ୍କ ଅତ୍ୟାଚାରେ ଧରା ଥରହର
କିଏ’‌ ଶୁଣିବ ଗୁହାରି।
ପ୍ରଶାସନ ଏଠି ସ୍ଥାଣୁ କ୍ଲୀବ ପ୍ରାୟ
ଆଖିରେ ଅନ୍ଧପୁଟୁଳି
ନିଦେ ଶୋଇରହି ସ୍ଵପ୍ନ ଦେଖୁଥାଏ
ଚେଇଁଲେ ହୁଏ ବାଉଳି ।
ଛଵିରାଣୀ ହତ୍ୟା,ଅଞ୍ଜନା ଦୁଷ୍କର୍ମ
ଗଡିଗଲା ସରକାର
ବେବିନା, ଇତିଶ୍ରୀ,ମାଧବୀ ,ମମିତା
ପରୀ ଓ ପିହୁ କାହାର ?
କୁନ୍ଦୁଲି ପୀଡ଼ିତା ନ୍ୟାୟ ଭିକ୍ଷା କରି
ଶେଷେ ଦେଲା ପ୍ରାଣବଳି
ନେତା, ମନ୍ତ୍ରୀମାନେ ମୁଖେ ତୁଣ୍ଡି ବାନ୍ଧି
ଖେଳୁଛନ୍ତି ଲୁଚୁକାଳି।
ମାଆକୁ ସମ୍ମାନ ମିଥ୍ୟା ଏ ସ୍ଲୋଗାନ
ଦେବ ଆଉ କେତେଦିନ
ମା’ ଦୁର୍ଗାଙ୍କର ପ୍ରତିରୂପୀମାନେ
ବଳି ଚଢେ ପ୍ରଢିଦିନ ।
ଶୁଣ ରାଜନେତା ପଶୁ ଟିକେ ଚେତା
କ୍ଷମତାରେ ଅନ୍ଧ ହୋଇ
ଯେବେ ଯେବେ ନାରୀ ଲାଞ୍ଛିତା ହୋଇଛି
ବିଷ୍ଣୁ ଆସନ୍ତି ଓହ୍ଲାଇ।
କୁରୁସଭା ସ୍ଥଳେ ଲାଞ୍ଛିତା ଦ୍ରୌପଦୀ
କୁରୁବଂଶ ଗଲା ନାଶ
ମାୟାରେ ରାବଣ ସୀତାଙ୍କୁ ହରିଲା
ସ୍ଵର୍ଣ୍ଣମୟୀ ଲଙ୍କା ଧ୍ୱଂସ।
ହେ ମା’ ମହାକାଳୀ ଜାଳି‌ ଏ ଦୀପାଳୀ
ବିନତୀ କରୁ ପୟରେ
ରକ୍ଷା କର ତୁମେ ତୁମରି ସୃଷ୍ଟିକୁ
ଦୁଷ୍ଟ ସଂହାରି ମହୀରେ ।
ନାରୀର ଇଜ୍ଜତ ଭୂମିରେ ଲୋଟିଲେ
କିଏସେ ସୁରକ୍ଷା ଦେଵ
ତୁମେ ନ ଚାହିଁଲେ ସୃଷ୍ଟି ନାଶ ଯିବ‌
ଆଉ କେ’ ମାଆ ଡାକିବ ?

ବଡଇଚ୍ଛାପୁର, ଜଟଣୀ
ମୋ: ନଂ- ୯୪୩୭୨୮୭୨୮୦


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
1 କମେଣ୍ଟ
ପୁରୁଣା କମେଣ୍ଟ
ନୂଆ କମେଣ୍ଟ କ୍ରିୟାଶୀଳ କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ
ରଙ୍ଗନାଥ ରଥ
ବଣମଲ୍ଲୀ ପାଠକ
ରଙ୍ଗନାଥ ରଥ
27 ଦିନ ପୂର୍ବରୁ

ନୀତି ବିହୀନ ଏ ରାଜନୀତି ଖେଳ
ପଡି଼ଅଛି ପଶାପାଲି,
କୁରୁବଳ ଆଜି ମଦରେ ମାତାଲ
କେଶବ ଆସ ହେ ଚାଲି।