ନ୍ୟାୟ ଅପେକ୍ଷାରେ – ଡଃ ଶରତ କୁମାର ଚଉଁରୀ

ଲେଖକ ପରିଚୟ

ଡକ୍ଟର ଶରତ କୁମାର ଚଉଁରୀ
ଟିଚର୍ସ କଲୋନୀ, ପିପିଲି, ପୁରୀ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଅନ୍ୟାୟ ଯୁଗରେ ନ୍ୟାୟ ପାଇବାରେ
ସହଜ ମନେ ହେଉନି
ତଥାପି ରହିଛି ନ୍ୟାୟ ଅପେକ୍ଷାରେ
ବ୍ରହ୍ମପୁରେ ତପସ୍ଵିନୀ।
ବାହା ହୋଇ ପତି ପର କରି ଦିଏ
ପତ୍ନୀ କା ଆଗେ କହିବ
ଘର ଢ଼ିଙ୍କି ଯେବେ କୁମ୍ଭୀର ସାଜିବ
କିଏ ସେ ସହାୟ ହେବ।
ଭଲ ପାଉଥିଲେ ବିଭା ହୋଇଥିଲେ
ସୁଖେ ଦିନ ବିତୁଥିଲା
କାହିଁକି କେଜାଣି ଦାମ୍ପତ୍ୟ ଜୀବନେ
ଦୁଃଖ ବାଦଲ ଘୋଟିଲା।
ପରୀ ମମିତାଙ୍କ ଜୀବନ ପ୍ରଦୀପ
ଲିଭିଗଲା ଅକାଳରେ
ଆତ୍ମୀୟ ସ୍ୱଜନ କରନ୍ତି ରୋଦନ
ଏବେ ନ୍ୟାୟ ଅପେକ୍ଷାରେ।
କେବେ କେଉଁଦିନ
ନ୍ୟାୟ ଯେ ପ୍ରଦାନ
କରିବେ ଶ୍ରୀ ନ୍ୟାୟାଧୀଶ
ବିଶାଳ ସଂସାରେ ଦୋଷୀ
ଖୋଜିବାରେ
ବିତଇ ମାସ ବରଷ।
ଧୈର୍ଯ୍ୟକୁ ଆୟୁଧ କରି କର ଯୁଦ୍ଧ
ସତ୍ୟ ନ୍ୟାୟ ପ୍ରାପ୍ତି ପାଇଁ
ଧରମର ଜୟ ଅଧର୍ମର କ୍ଷୟ
ଉକ୍ତିକୁ ମନେ ପକାଇ।

ଡ. ଶରତ କୁମାର ଚଉଁରୀ
ସଂ: ଶିଶୁ ଦରବାର
ଟିଚର୍ସ କଲୋନି, ପିପିଲି, ପୁରୀ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ