ଗାଈ – ମୀନାକ୍ଷି ପାଢ଼ୀ

ଲେଖକ ପରିଚୟ

ମୀନାକ୍ଷି ପାଢୀ
ଚିକିଟି ପେଣ୍ଠ, ଗଞ୍ଜାମ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଗୁହାଳ ଖୁଣ୍ଟିରେ ବନ୍ଧା ସୁଧାରିଆ ଗାଈ,
ଭୋକ,ଶୋଷ,ମଶା କିଛି କହିପାରେ ନାହିଁ।

ଆଷାଢ଼ ଆକାଶ ଧାର,ସ୍ତିରୀ,ନଈ, ନିଆଁ,
ବେଳେ ବେଳେ ହୋଇଯାଏ ଭାରୀ ଅମାନିଆ।

ସୁଧାରିଆ ଗାଈ କିନ୍ତୁ ଗୁହାଳରେ ସୁଖୀ,
ଆଖି ଲୁହ କେହି ତା’ର ପାରେନାହିଁ ଦେଖି।

ଯେଉଁ ଦିଗେ ବାନ୍ଧି ଥିବ ସେହିପରି ଥିବ,
ହଲ୍ ଚଲ୍ ହେବନାହିଁ ‘ଉଫ୍’ ନ କହିବ।

ଦିଏ ବେଶି ନିଏ କମ୍ ଆଖିରେ କୁହଇ,
ବଉଳା ସେ ଗୃହ ଲକ୍ଷ୍ମୀ ସର୍ବଂସହା ଗାଈ !

ମୀନାକ୍ଷି ପାଢ଼ୀ ଶିକ୍ଷୟିତ୍ରୀ ଚିକିଟୀ ପେଣ୍ଠ ଗଞ୍ଜାମ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ