ଆଶାୟୀ ମନ – ପରମାନନ୍ଦ ତ୍ରିପାଠୀ
ଲେଖକ ପରିଚୟ

ପରମାନନ୍ଦ ତ୍ରିପାଠୀ
ଅନ୍ତରରେ କ୍ଷୁଧା ପ୍ରତି ମୁହୂର୍ତ୍ତରେ
ଉତ୍ କଣ୍ଠିତ ଦୃଶା ତୃଷା
ଅସ୍ଥର ମନକୁ ନିରୋଧେ ସରମ
କିନ୍ତୁ ପିପ୍ରୀଷୁ ପିପାସା
ଚେତନା ଦିଏ ହଜାଇ
କାମନା ବାସନା କାମେ ଜର୍ଜରିତ
କାମଜ୍ବରେ ପ୍ରକମ୍ପଇ ।୧।
ନିଶାପତି ପ୍ରୀତି ନ ସହେ ନୟନ
ଏ ମନକୁ ଦିଏ ବ୍ରୀଡା
ସୁବାସ ସୁମନେ ତୂଳୀ ତଳ୍ପ ଶଯ୍ୟା
ଶରୀରକୁ ଦିଏ ପୀଡା
ଭାବ ବିଲୋଳେ ବିହ୍ବଳ
ପଲକ ପଡେନି ଆଶାୟୀ ମନରେ
ସାଥେ କି ସାଥି ବୃଷଳ ।୨।
ବିରହ ବିଧୁରା ବୃଷସ୍ଯନ୍ତୀ ପ୍ରାଣେ
ଦିବାନିଶି ଏକାକାର
ଚକୁଆ ଚକୁଇ କ୍ରୌଞ୍ଚ ମଇଥୁନ
ବ୍ଯଥିତେ ବୁହାଏ ନୀର
ଏ କି କ୍ରୂର ଅଭିଶାପ
ଅନୂଢା ଯୌବନ ତାପ ବ୍ରୀତାପକ
ଏ ଜୀବନେ ପରିତାପ ।୩।
ବିଦୁ, ବାହାନଗା, ବାଲେଶ୍ଵର
